April 29, 2026

ଦାସଙ୍କ ସାହି, ବିଶ୍ଵଶାନ୍ତି ମହାଯଜ୍ଞ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

IMG-20260301-WA0056
Share

  ଜଗତସିଂହପୁର ତା 1/3/2026 ଏରଡ଼ଙ୍ଗା, ଦାସଙ୍କସାହି ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ଜୀଉ ମନ୍ଦିର ପ୍ରାଙ୍ଗଣରେ ଗତ ରବିବାରଦିନ ପୂର୍ବାହ୍ନ ରେ, ଦୋଳମହୋତ୍ସବ ଉପଲକ୍ଷେ ଏକ ସମ୍ବର୍ଦ୍ଧନାଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସତ୍ୟନାରାୟଣ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵଶାନ୍ତି ମହାଯଜ୍ଞ କମିଟି ର ସଭାପତି ଅମୁଲ୍ୟ କୁମାର ଦାସ, ସମ୍ପାଦକ ନିରଞ୍ଜନ ମହାନ୍ତି ଓ କୋଷାଧ୍ୟକ୍ଷ ନୃସିଂହ ଚରଣ ଦାସ ଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଠାକୁରଙ୍କ ଦୋଳପର୍ବ ପାଳନ ନିମନ୍ତେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଶିଷ୍ଟ ଗାଳ୍ପିକ ତଥା ପ୍ରାକ୍ତନ ଅଧ୍ୟକ୍ଷ ନାରାୟଣପ୍ରସାଦ ଚୌଧୁରୀ ଙ୍କୁ ତାଙ୍କର ଜୀବନବ୍ୟାପି ସାରସ୍ୱତସାଧନା ନିମନ୍ତେ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ସାରଳା ସାହିତ୍ୟ ସଂସ୍କୃତି ଓ ମହିମାପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ନିମନ୍ତେ ସାରଳା ସଂସ୍କୃତିଗବେଷକ ରମାକାନ୍ତ ରାଉଳ ଙ୍କୁ ମଧ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ବିଭିନ୍ନକ୍ଷେତ୍ରରେ ନିଜର ଦକ୍ଷତା ଓ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଅଧିକାରୀ ହରେକୃଷ୍ଣ ଦାସ, ପ୍ରବୋଧ ଚନ୍ଦ୍ର ଦାସ, ଜନାର୍ଦ୍ଦନ ଦାସ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ପଣ୍ଡିତ ସନତ ଆଚାର୍ଯ୍ୟ, ସୁଦର୍ଶନ ସ୍ୱାଇଁ, ରବୀନ୍ଦ୍ର ନାଥ ଦାସ, କିରଣବାଳା ଦାସ, କ୍ଷେତ୍ରମଣୀ ଦାସ, ପ୍ରମୋଦ ଦାସ, ନାରାୟଣ ଦାସ, ଭବାନୀ ପ୍ରସାଦ ମହାନ୍ତି, ସ୍ୱାଧୀନ ଚୌଧୁରୀ ଓ ଚିତ୍ତରଞ୍ଜନ ଦାସ ଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ଅନୁଷ୍ଠାନିକ ଭାବେ, ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଆଗାମୀ ଯଜ୍ଞଉତ୍ସବ କୁ ସରସ ସୁନ୍ଦର କରିବା ସହିତ ଏଠାରେ ଏକ ଆଦର୍ଶ ପାଠାଗାର ଖୋଲିବା ସହିତ ଭାଗବତ ସପ୍ତାହ ପାଳନ କୁ ଧୁମଧାମ ରେ ପାଳନ କରିବାନିମନ୍ତେ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏକାଠି ମିଳିମିଶି କାମ କରିବାପାଇଁ, ଏହି ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିବା ବେଳେ ବହୁସଂଖ୍ୟକ ମହିଳା ମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed