ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ବୈଠକ ଓ ବୃକ୍ଷଚାରା ରୋପଣ ଅନୁଷ୍ଠିତ

ବଡ଼କୋଦଣ୍ଡା କ୍ଲଷ୍ଟରର ୮ମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ତାରିଖ ୨୮/୦୨/୨୦୨୬ ଶନିବାର ଦିନ ଦଣ୍ଡିପଦର ପ୍ରାଥମିକ ବିଦ୍ୟାଳୟ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଦ୍ୱିତୀକୃଷ୍ଣ ଲେଙ୍କାଙ୍କ ତତ୍ତ୍ୱାବଧାନ ଓ ଦଣ୍ଡିପଦର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତୀ ସସ୍ମିତା କୁମାରୀ ପାତ୍ରଙ୍କ ସହଯୋଗ ରେ ଆୟୋଜିତ ଏହି ବୈଠକରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍. ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ଏହି ବୈଠକରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟ, ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡି. କଇଠପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାନପଥରା ପ୍ରାଥମିକ ବିଦ୍ୟାଳୟ, ନୂଆସାହି ପ୍ରାଥମିକ ବିଦ୍ୟାଳୟ, ବଡ଼କୋଦଣ୍ଡା ପ୍ରାଥମିକ ବିଦ୍ୟାଳୟ, ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଳିଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଏବଂ ଦଣ୍ଡିପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।
ବୈଠକରେ ଶିକ୍ଷାର ଗୁଣୋନ୍ନତି, ଏଫ୍.ଏଲ୍.ଏନ୍. କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି, ୫ମ ଓ ୮ମ ବୋର୍ଡ ପରୀକ୍ଷା ସଂପାଦନ ପାଇଁ ପ୍ରସ୍ତୁତି, ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ, ଡ୍ରପ୍ ଆଉଟ୍ ଶିକ୍ଷାର୍ଥୀ ଚିହ୍ନଟ, ବହୁ ଶ୍ରେଣୀୟ ପରିସ୍ଥିତିରେ ଶିକ୍ଷାଦାନ କୌଶଳ, ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା, ଶିକ୍ଷଣ କାର୍ଯ୍ୟରେ ଯାଦୁପେଢିର ବ୍ୟବହାର, ଆକ୍ଟିଭିଟି ବେସଡ୍ ଟିଚିଙ୍ଗ୍, ଜନଗଣନା ସଂକ୍ରାନ୍ତିୟ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରଶାସନିକ ବିଷୟ ଉପରେ ଆଲୋଚନା କରାଯାଇଥିଲା।
ଏହା ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ପ୍ରାଙ୍ଗଣରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର ପାଇଁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ପରିବେଶ ସୁରକ୍ଷା ସଂକ୍ରାନ୍ତିୟ ପ୍ରୟାସକୁ ସ୍ୱାଗତ କରିଥିଲେ ଏବଂ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟରେ ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜନ, ପଲିଥିନ ମୁକ୍ତ ପରିବେଶ ସୃଷ୍ଟି, ବିଦ୍ୟାଳୟ ପରିସରକୁ ସବୁଜ ବଳୟରେ ପରିଣତ କରିବା ସହିତ ଆଗାମୀ ଜୁଲାଇ ମାସରେ ସମସ୍ତ ବିଦ୍ୟାଳୟରେ ବନମହୋତ୍ସବ ପାଳନ କରିବା ପାଇଁ ସିଆରସିସି ଅନୁରୋଧ କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏ ଦିଗରେ କାର୍ଯ୍ୟ କରିବା ପାଇଁ ମତପୋଷଣ କରିଥିଲେ। ପ୍ରକାଶ ଥାଉକି ଏହି ଶିକ୍ଷା ବର୍ଷରେ ବଡ଼କୋଦଣ୍ଡା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ବୈଠକ ସହିତ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ ଓ ପରିବେଶ ସୁରକ୍ଷା ସଂପର୍କୀତ ଆଲୋଚନା କରାଯାଇଥିଲା।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
