ପୁରୀ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଜିଲ୍ଲାପାଳ, ମ୍ୟୁନିସିପାଲିଟି ଅଧିକାରୀ ଏବଂ ଏସପିଙ୍କୁ ଦାବିପତ୍ର ପ୍ରଦାନ
ଗତକାଲି ପୁରୀଜିଲ୍ଲା କିନ୍ନର ସଂଘ ର ମା ଦେବକୀ ମାଙ୍କ ଅଧକ୍ଷତା ରେ ସଭାନେତ୍ରୀ ପ୍ରିୟାଂଶି ଦାସ, ସମ୍ପାଦିକା ପିହୁ ମିଶ୍ର ଙ୍କ ସହିତ ଶତାଧିକ କିନ୍ନର ଏବଂ ଥାର୍ଡ଼ ଜେଣ୍ଡର ପୁରୀ ଜିଲ୍ଲାପାଳ, ମ୍ୟୁନିସିପାଲିଟି ଅଧିକାରୀ ଏବଂ ଏସପି ଙ୍କୁ ଜଣାଇଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲାରେ କିନ୍ନର ଏବଂ ଥାର୍ଡ଼ ଜେଣ୍ଡର ମାନଙ୍କୁ ବିଭିନ୍ନ ନିଯୁକ୍ତି ଦିଆ ଯାଉଥିବା ବେଳେ ପୁରୀରେ ଏହା କରାଯାଉନାହିଁ କଣ ପାଇଁ? ୨⁰୧୭ ମସିହାରୁ ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ l ଆମ୍ଭମାନଙ୍କୁ ଯଦି ଗାଡି ପାର୍କିଂ, ଜୋତାଷ୍ଟାଣ୍ଡ, ମେଡିକାଲ ଆଟେ୍ଟାଣ୍ଡ, ପର୍ଯ୍ୟଟକ ଙ୍କ ସୁବିଧା ନିମନ୍ତେ ନିଯୁକ୍ତି କରାଗଲେ ଆମେ ଖୁସିରେ ସେହି ଦରମାରେ ଚଳନ୍ତୁ l ପେଟ ପୋଡି ଯାଉଛି ବୋଲି ତାଳବଣିଆ ରେ ଠିଆ ହେଉଛୁ ସେଠାରେ ପୋଲିସର ଦୁର୍ବେବାହାର ସୀମା ଟପି ଯାଉଛି ତେଣୁ ସରକାର ଙ୍କୁ ନିବେଦନ ଆମକୁ ଆତ୍ମନିଯୁକ୍ତି ଦିଅନ୍ତୁ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
