May 10, 2026

ନିମାପଡା ଅଞ୍ଚଳରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ..

IMG-20250201-WA0067
Share

ପୁରୀଜିଲ୍ଲା ନିମାପଡା ବ୍ଲକ ନିଆଁଗରଡ଼ା ଗ୍ରାମର କମ୍ୟୁନିଟ ସେଣ୍ଟର ଠାରେ ବିଷ୍ନୁପ୍ରିୟା ଗ୍ରୁପର ଅଧକ୍ଷ ମାନସ ଦାସଙ୍କ ଅଧକ୍ଷତାରେ ଭାରତ ହୁମାନ ରାଇଟସ ରାଜ୍ୟ ମହିଳା କାଉନସିଲ ସଭାନେତ୍ରୀ ଶୁଭଲକ୍ଷ୍ମୀ ସାମନ୍ତରା, ସମାଜସେବୀ ମାମାଲି ଜେନାମଣୀ, ସମାଜସେବୀ ପ୍ରବୋଧ କୁମାର ପରିଡାଙ୍କ ସହଯୋଗ ରେ ଜେପିଏମ ରୋଟାରୀ କ୍ଳବ କଟକ ଚକ୍ଷୁ ଚିକିତ୍ସାଳୟ ଓ ରିସର୍ଚ୍ଚ ଇନଷ୍ଟିଚୁଟ ର କ୍ୟାମ୍ପ ଅଫିସର ବିବେକାନନ୍ଦ ଦଳାଇ ଡାକ୍ତର ରାଜଲକ୍ଷ୍ମୀ ସାହୁ, ପ୍ରସନଜିତ ମହାନ୍ତି, ଡଲି ବାରିକ ଓ ଦିବ୍ୟ ବେହେରା ପ୍ରମୁଖ ଚକ୍ଷୁ ରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା ସହିତ ଚକ୍ଷୁ ଅପରେସନ ନିମନ୍ତେ 10 ଜଣରୁ ଉର୍ଦ୍ଧ ରୋଗୀଙ୍କୁ କଟକ ନେବା ସହିତ ସୁସ୍ଥ ହେବାପରେ ପୁନଶ୍ଚ ଆଣି ଘରେ ଛାଡ଼ିବାପାଇଁ ବ୍ୟବସ୍ଥା କରାଯାଇଛି l ବିଷ୍ନୁପ୍ରିୟା ଗ୍ରୁପର ଏଭଳି ପ୍ରୟାସକୁ ସାଧାରଣ ରେ ପ୍ରଶଂସା କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ