May 10, 2026

ଉମରକୋଟ ଗୁଲିପାଟଣା ସାହି ରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆ ଲାଗି ଟଙ୍କା ପଡିଯିବା ସହ ବହୁ ଆସବାବ ପତ୍ର ନଷ୍ଟ……….

IMG-20250201-WA0065
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଗତ କାଲି ରାତ୍ରରେ ଉମରକୋଟ ର ଗୁଲିପାଟଣା ସାହି ରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ନଗଦ ୧୦ ହଜାର ଟଙ୍କା ପୋଡି ଯିବା ସହ ବହୁ ଆସବାବ ପତ୍ର ମଧ୍ୟ ନଷ୍ଟ ହେଇ ଯାଇଛି। ସାହିର ମଞ୍ଜୁ ପରିଡ଼ା ସୋଇଥିବା ସମୟ ରେ ହଠାତ ବିଦ୍ୟୁତ୍ ସଟ ସର୍କିଟ ହେଇ ନିଆ ଲାଗି ମିଟର ବକ୍ସ ରେ ନିଆ ଲାଗି ଯାଇଥିଲା। ଖବର ପାଇଁ ଉମରକୋଟ ଅଗ୍ନି ଶ୍ରମ ବାହିନୀ ମଧ୍ୟ ପହଞ୍ଚି ନିଆ ଲିଭାଇବା ରେ ସାହାଯ୍ୟ କରି ଥିଲେ। ଆଜି ଅଭିଯୋଗ ପାଇବା ପାରେ ଉମରକୋଟ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରି ଫେରି ଯାଇଛନ୍ତି। ତେବେ ସରକାର ଙ୍କ ନିୟମ ଅନୁସାରେ ମଞ୍ଜୁ ପରିଡ଼ା ଙ୍କୁ ସାହାଯ୍ୟ ପ୍ରଦାନ କରାଯିବ ବୋଲି ଉମରକୋଟ ତହସିଲଦାର ମେଘ ବାନ ବାଘ ସୁଚନା ପ୍ରଦାନ କରିଛନ୍ତି।