May 10, 2026

ଉମରକୋଟ ନିକଟସ୍ଥ ଧୋଡ୍ରା ଅଲେଖ ମହିମା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳି………

IMG-20250201-WA0064
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଅଲେଖ ମହିମା ମହାବିଦ୍ୟାଳୟ, ଧୋଡ୍ରା ପକ୍ଷରୁ ମହାସମାରୋହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅବଧୂତ ବାବା ଡମୁ ଦାସ ସଭାପତିତ୍ବରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ନରସିଂ ଭତ୍ରା, ବରେଣ୍ୟ ଅତିଥି ପେଣ୍ଡ୍ରାଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ଅନୀଲ କୁମାର ମିଶ୍ର, ମୁଖ୍ୟବକ୍ତା ପ୍ରାକ୍ତନ ସଦସ୍ୟ, ଓଡିଶା ସାହିତ୍ୟ ଏକାଡେ଼ମୀ ଶ୍ରୀ ବଲ୍ଲଭ କୁମାର ରାଉତ, ସମ୍ମାନିତ ଅତିଥି ସାଂସଦ ପ୍ରତିନିଧି ଶ୍ରୀ ଚନ୍ଦ୍ରଭାନୁ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସୀଆ ହରିଜନ, ନରସିଂ ହୋମ ଅଧ୍ୟକ୍ଷା ସିଗ୍ଧା ମିନତୀ ଦାନୀ, ଝରିଗାଁ ମହାବିଦ୍ୟାଳୟ ଅଧ୍ୟାପକ ଗୋପାଳ ମହାରଣା, ଆଦିବାସୀ ଭାଷା ସଂସ୍କୃତି ସଂଗଠକ ଶ୍ରୀ ସାଇମନ ବିଡିକା ,ଅଲେଖ ମହିମା ମହାବିଦ୍ୟାଳୟର ଉପସଭାପତି ଶ୍ରୀ ମଙ୍ଗଳା ମାଝୀ ଓ ପ୍ରଶିକ୍ଷାର୍ଥୀ( ଓ ଏ ଏସ୍) ଶ୍ରୀ ସୁମିତ କୁମାର ମଣ୍ଡଳ ଯୋଗ ଦେଇଥିବା ବେଳେ ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ବାରିକ ବିବରଣୀ ପାଠ କରିଥିଲେ। ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା କୈାଶଲ୍ୟା ଦାସ ଧନ୍ୟବାଦ ପ୍ରଦାନ ପରେ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ସଂପାଦକ ଶ୍ରୀ କେଦାରେଶ୍ୱର ପଟ୍ଟନାୟକ ସଯୋଜନା କରିଥିବ। ବେଳେ ମହାଵିଦ୍ୟାଳୟ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ।