May 10, 2026

ପୁରୀସଦର ବିଡ଼ିଓ ମାନିଲେନି ଜିଲ୍ଲାପାଳଙ୍କ ନିର୍ଦେଶ ପୁରୀ ସଦରବ୍ଲକ ପଞ୍ଚାୟତ ବାସୀ କଲେ ବ୍ଲକ ଘେରାଉ l

IMG-20250201-WA0070
Share

ଆଜି ପୁରୀଜିଲ୍ଲା ପୁରୀ ସଦରବ୍ଲଜ ଘେରାଉ କରିଛନ୍ତି ଗଙ୍ଗାନାରାୟଣପୁର ପଞ୍ଚାୟତବାସୀ l ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁଛୁ ଯେ ଗଙ୍ଗାନାରାୟଣପୁର ଗ୍ରାମପଞ୍ଚାୟତ ର ସରପଞ୍ଚଙ୍କ କୌଣସି କାରଣରୁ ପୁରୀ ଜିଲ୍ଲାପାଳ ଅସିଦ୍ଧ ଘୋଷଣା କରି ନାଏବ ସରପଞ୍ଚ ନିରୁପମା ଜେନାଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ପୁରୀ ସଦରବ୍ଲକ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିବାବେଳେ ବ୍ଲକ ବିଡ଼ିଓ ଜିଲ୍ଲାପାଳଙ୍କ ନିର୍ଦେଶକୁ ଅବମାନନା କରି ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ଦେଇ ନଥିବାରୁ ନାଏବ ସରପଞ୍ଚ ନିରୁପମା ଜେନାଙ୍କ ସହିତ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ସହିତ ସାଧାରଣ ଜନତା ଏବଂ ପଞ୍ଚାୟତର ମୁଖ୍ୟ କାଳୁ ଚରଣ ସାମନ୍ତରାୟ, ଦୁଃଶାସନ କାଣ୍ଡି, ହେମନ୍ତ କୁମାର ମିଶ୍ର ଶ୍ୟାମ ସୁନ୍ଦର ବରାଳ, ଦୁର୍ଗାପ୍ରସାଦ ମହାନ୍ତି, ଭାସ୍କର ବେତାଳ, କୃଷ୍ଣ ସାମନ୍ତରାୟ, ନାରାଲତା ବାରିକ, ବୃନ୍ଦାବନ ଗୌଡ଼, ନମିତା ପରିଡା, ପ୍ରଫୁଲ ଚନ୍ଦ୍ର ମିଶ୍ର, ଦିବାକର ସ୍ୱାଇଁ, ଜଗନ୍ନାଥ ବେହେରା, ଜଗବନ୍ଧୁ ମିଶ୍ର, ବାନାମ୍ବର ଭୋଇ, ସୁକାନ୍ତି ଜେନା ଓ ନୟନା ପରିଡାଙ୍କ ସହିତ ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ଆଜି ପୁରୀ ସଦରବ୍ଲକ ଘେରାଉ କରିଥିଲେ l ଏହି ଘେରାଉ ସମୟରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଗାଡି ଥିବାବେଳେ ବିଡ଼ିଓଙ୍କ ଦେଖା ମିଳିନଥିଲା l ବିଡ଼ିଓଙ୍କ ଅନୁପସ୍ଥିତ ଦେଖି ପଞ୍ଚାୟତ ବାସୀ ଉତ୍ତକ୍ଷିପ୍ତ ହୋଇ ବ୍ଲକ ଭିତରକୁ ପ୍ରବେଶ କରି ହୋହାଲ୍ଲା କରୁଥିବା ବେଳେ ପହଞ୍ଚିଥିଲେ ବ୍ଲକ ଅଧକ୍ଷ ଦିବାକର ପାତ୍ର l ଦିବାକର ପାତ୍ର ଧାରଣାରେ ବସିଥିବା ପଞ୍ଚାୟତବାସୀଙ୍କୁ ଆଶ୍ୱାସନା ଦେବା ସହିତ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରି ଆସନ୍ତା ସୋମବାର ଦିନ ବ୍ଲକ ଉନ୍ନୟନ ଅଧିକାରୀ ହୁଅନ୍ତୁ କି ତାଙ୍କ ପ୍ରତିନିଧି ହୁଅନ୍ତୁ ଗଙ୍ଗାନାରାୟଣପୁର ଗ୍ରାମପଞ୍ଚାୟତ ର କାର୍ଯ୍ୟାଳୟ ରେ ପହଞ୍ଚି ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି ନିର୍ଭର ପ୍ରତିଶୃତି ଦେବା ପରେ ପଞ୍ଚାୟତବାସୀ ଧାରଣାରୁ ଉଠିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l