ଖଣ୍ଡାଦେଉଳି ବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ….

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳୀ ସହିଦ ଭଗତସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି l ଏହି ଅବସରରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ କଲେଜ ଅଧକ୍ଷ ଦିବାକର ସ୍ୱାଇଁ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବେ ଡ଼ଃ ଅଭିଜିତ ଖୁଣ୍ଟିଆ,ପ୍ରାଧ୍ୟାପକ ଅଭିମନ୍ୟୁ ସାହୁ, ଭଗବାନ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ l ପ୍ରଶିକ୍ଷକ ତଥା ମାଷ୍ଟର ଟ୍ରେନର ଭାବେ ସଙ୍ଗୀତl ଓ ମମତା କଲେଜ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ସଂଯୋଜିକା ଅଧ୍ୟାପିକା ମିନତୀ ରଥ ଆତ୍ମ ସୁରକ୍ଷା କୋୖଶଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ୟାପକ ଡ଼ଃ ଗୌରୀ ଶଙ୍କର ଶତପଥୀଙ୍କ ସମେତ ସମସ୍ତ ଅଧ୍ୟାପିକା / ଅଧ୍ୟାପକ ଓ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ l(ପ୍ରଦୀପ କୁମାର ପଣ୍ଡା)