April 19, 2025

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସମ୍ପର୍କୀୟ ଏକଦିବସିୟ ଆଲୋଚନା ଚକ୍ର ଅନୁଷ୍ଠିତ …

Share


ପୁରୀ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ବିଶ୍ୱ ଓଡ଼ିଆ ଭାଷା ସମିଳନୀ ର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରିପ୍ରେକ୍ଷୀରେ ସାହିତ୍ୟ ପ୍ରତିଯୋଗିତା, କବିତା, ତର୍କ, ସାଧାରଣ ଜ୍ଞାନ, ପ୍ରବନ୍ଧ, ଲୋକନୃତ୍ୟ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା l ଓଡ଼ିଆ ସାହିତ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନାଚକ୍ରରେ ଉଦଘାଟକ ଝଞ୍ଜାପିଟା ମଠର ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜ, ମୁଖ୍ୟ ଅତିଥିଭାବେ ଶ୍ରୀମନ୍ଦିରର ମୁଖ୍ୟ ଚୂନରା ସେବାୟତ ଶ୍ରୀଜଗନ୍ନାଥ ସଂସ୍କୃତି ର ଗବେଷକ ଶରତ କୁମାର ମହାନ୍ତି,ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଓଡ଼ିଆ ସାହିତ୍ୟ ବିଭାଗର ବିଭାଗ ମୁଖ୍ୟ ଡକ୍ଟର ହରପ୍ରସାଦ ମିଶ୍ର, ଏହି କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷାକ ଅଧକ୍ଷା ପ୍ରଫେସର ଡକ୍ଟର ନିବେଦିତା ମିଶ୍ର,ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ନୂଆ-ଓ ର ନୋଡାଲ ଅଫିସର ସତ୍ୟସ୍ମିତା ବେହେରା ନୂଆ-ଓ ବିଶ୍ୱ ଭାଷା ସମ୍ମିଳନୀ ବିଷୟରେ ଆଲୋଚନା କରିଥିଲେ l ପରେପରେ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅଧ୍ୟାପକ ପଦ୍ମଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed