November 1, 2026

ଆର୍ଯ୍ୟପଲ୍ଲୀ ଜେଟି ଓ ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ ଓ ବନ୍ଦର କର୍ତ୍ତୃପକ୍ଷ

IMG-20261101-WA0069
Share

 

ଛତ୍ରପୁର, ୨୬/୧୦/୨୬(ଅରୁଣ କୁମାର ପଣ୍ଡା )ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଜି ଆର୍ଯ୍ୟପଲ୍ଲୀ ଜେଟି ପରିଦର୍ଶନ କରି ମାଛଧରା ଟ୍ରଲର୍‌ଗୁଡ଼ିକର ସୁରକ୍ଷା ଏବଂ ମତ୍ସ୍ୟଜୀବୀଙ୍କ ନିରାପଦ ସ୍ଥାନାନ୍ତରଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ।

 

ଏହାପରେ ଜିଲ୍ଲାପାଳ ନୋଳିଆ ନୂଆଗାଁ ଓ ଗୋପାଳପୁରସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ବିଦ୍ୟୁତ୍‌ ବ୍ୟାକ୍‌ଅପ୍‌, ଜେନେରେଟର ଓ ଅନ୍ୟାନ୍ୟ ଜରୁରୀକାଳୀନ ସୁବିଧାର ସ୍ଥିତି ଯାଞ୍ଚ କରିଥିଲେ। ବାତ୍ୟା ସମୟରେ ଆଶ୍ରୟସ୍ଥଳୀଗୁଡ଼ିକ ଯେପରି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ, ସେଥିପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ପ୍ରସ୍ତୁତ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

 

ଏହି ପରିଦର୍ଶନ ସମୟରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଭକ୍ତବନ୍ଧୁ ଶତପଥୀ ଓ ସତ୍ୟବ୍ରତ ସିଂ, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ଗୋପାଳପୁର ନିର୍ବାହୀ ଅଧିକାରୀ ମନୋଜ କୁମାର ନାହାକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।