October 28, 2026

ଶ୍ରୀପର୍ଣ୍ଣା ପ୍ରକାଶନୀ ପକ୍ଷରୁ “ସତପର୍ବା ” ପୁସ୍ତକ ଉନ୍ମୋଚିତ

IMG-20261026-WA0082
Share

 

ପୁରୀର ୟୁଥ ହଷ୍ଟେଲ ସଭାଗୃହରେ ଶ୍ରୀପର୍ଣ୍ଣା ପ୍ରକାଶନୀ, ପୁରୀର ଏକ ବର୍ଣ୍ଣଢ୍ୟ ସାହିତ୍ୟ ସଭା ଓ ଶ୍ରୀମତୀ ସୁଜାତା ସିହ୍ନାଙ୍କ ବହୁ ଚର୍ଚ୍ଚିତ ଏକପଦୀ କବିତା ଗ୍ରନ୍ଥ ‘ଶତପର୍ବା’ ର ଇଂରାଜୀ ଅନୁବାଦ ପୁସ୍ତକର ଶୁଭ ଲୋକାର୍ପଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି l ଏହି ସଭାଟିରେ ସଭାପତିତ୍ୱ କରିଥିଲେ ଇଂରାଜୀ ସାହିତ୍ୟର ଖ୍ୟାତନାମା ପ୍ରଫେସର କ୍ଷୀରୋଦ ରାୟ ମହାପାତ୍ର ଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଓଡିଆ ଭାଷା ପ୍ରତିଷ୍ଠାନର ପ୍ରଥମ ଓ ପ୍ରାକ୍ତନ ନିର୍ଦ୍ଦେଶକ ଡ଼କ୍ଟର ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଟିକାୟତ ରାୟ l ମୁଖ୍ୟ ବକ୍ତା ଡକ୍ଟର ଜନ୍ମେଜୟ ଦ୍ବିବେଦୀ, ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ର,ଶ୍ରୀଯୁକ୍ତ ଗିରିଜା କାନ୍ତ ଦାଶ, ପୁସ୍ତକଟିର ଲେଖିକା ଶ୍ରୀମତୀ ସିହ୍ନା, ଅନୁବାଦକ ଡ଼କ୍ଟର ବିଭୁଦତ୍ତ ମହାନ୍ତି ପ୍ରଥମେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ୱାଳନ କରି ସାରସ୍ୱତ ସଭାଟିର ଶୁଭ ଉଦଘାଟନ କରିଥିଲେ l ସମ୍ପୃକ୍ତ ପୁସ୍ତଟିକୁ ଦିଲ୍ଲୀର ଅର୍ଥର ପ୍ରେସ ପ୍ରକାଶ କରିଥିବାରୁ ସମସ୍ତେ ଧନ୍ୟବାଦ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ l ବିଶ୍ୱ ବଜାରରେ ଏହାର ପ୍ରସାର ପ୍ରଚାର ହେବା ସହିତ ଆମାଜନ ଆପରେ ଏହା ଉପଲବ୍ଧ ହେଉଥିବାର ସୂଚନା ଦିଆଯାଇଥିଲା l

ଏହି ପୁସ୍ତକଲୋକାର୍ପଣ ସଭାଟିକୁ ଶ୍ରୀପର୍ଣ୍ଣା ପ୍ରକାଶନୀର ପ୍ରକାଶକ ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ସୁସଂଯୋଜିତ ଏବଂ ସୁନ୍ଦର ଆୟୋଜନ କରିଥିଲେ lଏହି ସାହିତ୍ୟ ସଭାଟିରେ ଏନ. ବି. ଟିର ପ୍ରାକ୍ତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମାନସ ରଞ୍ଜନ ମହାପାତ୍ର, କବୀ ଅନୁବାଦିକା ଶ୍ରୀମତୀ ଶୈଳବାଳା ମହାପାତ୍ର, ଶ୍ରୀମତୀ ବିଜୟଲଷ୍ମୀ ଦାଶ ମିଶ୍ର, ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର, ଶ୍ରୀମତୀ ବୈଦେହୀ ପ୍ରିୟା ଚାନ୍ଦ, ଶ୍ରୀମତୀ ସୁଦୀପ୍ତା ମିଶ୍ର, କବୀ ଶ୍ରୀମତୀ ରୁନୁ ମହାନ୍ତି, ଶ୍ରୀମତୀ କ୍ରିଷ୍ଣା ମହାପାତ୍ର, ଶ୍ରୀମତୀ ମିନତୀ ମିଶ୍ର,କବି ଶ୍ରୀଯୁକ୍ତ ରଜତ ମହାନ୍ତି, ଶ୍ରୀମତୀ ସୁମିତା ପଟ୍ଟନାୟକ,କବୀ ସୁଶ୍ରୀ ଦେବସ୍ମିତା ପ୍ରଧାନ, ସୁଶ୍ରୀ ସୋନୀ ମାଝୀ, କବି କାମଦେବ ମହାରଣା, ଶିଶୁ ସାହିତ୍ୟିକ ସୁକାନ୍ତ ପଣ୍ଡା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାଶ, ଶ୍ରୀଯୁକ୍ତ ପର୍ଶୁରାମ ପାତ୍ର,ଶ୍ରୀଯୁକ୍ତ ହେମନ୍ତ କୁମାର ଛୋଟରାୟ, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଙ୍ଗରାଜ,କବି ଆୟୁଷ କୁମାର ଜେନା, ଗବେଷକ ସଞ୍ଜୟ କୁମାର ବରାଳ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ଶ୍ରୀଯୁକ୍ତ ସୁନୀଲ ମିଶ୍ର, ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ, ସିଦ୍ଧାର୍ଥ ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ସୁନାମଧନ୍ୟ ଗବେଷକ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ଦାଶ, ଗାଳ୍ପିକ ଶ୍ରୀଯୁକ୍ତ କାଶୀନାଥ ମହାପାତ୍ର, କବି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପ୍ରଧାନ,ଶ୍ରୀକ୍ଷେତ୍ର ପୁରୀର ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ଶିବ ସୁନ୍ଦର ମିଶ୍ର, କବି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ରଥ ପ୍ରଭୃତି ଉପସ୍ଥିତ ଥିଲେ l ସଭାଟିର ସମସ୍ତ ଆଲୋଚନା ଶ୍ରୀମତୀ ସୁଜାତା ସିହ୍ନାଙ୍କର ଓଡ଼ିଆ ଏକପଦୀ କବିତାରେ ଥିବା ଆତ୍ମୀୟପଣ ଓ ସରଳ ସାବଲୀଳ ଉପସ୍ଥାପନା ଶୈଳୀ ଏପରିକି ଶାବ୍ଦିକ, ଅଙ୍ଗସଜ୍ଜା, କବିତାର କଅଁଳ କୋମଳ ଆବେଦନ ପାଠକ ମାନଙ୍କୁ ନିଶ୍ଚିତ ଭାବରେ ତଲ୍ଲୀନ ଏବଂ ତାତ୍ୱିକ ଚେତନାରେ ଉଦବୁଦ୍ଧ କରିବ ବୋଲି ଉପସ୍ଥିତ ବକ୍ତା ମାନେ ବକ୍ତବ୍ୟ ରଖିଥିଲେ l

ତତ ସହିତ ଓମର ରୁବାୟତ ପ୍ରସଙ୍ଗ ଉପସ୍ଥାପନା କରିବା ସହିତ ‘ଲୁଧିଆନ ବି’ ଙ୍କ ସାଏରୀ ସହିତ ତୁଳନାତ୍ମକ ଆଲୋଚନା ପ୍ରଫେସର ଶ୍ରୀଯୁକ୍ତ ଗିରିଜା କାନ୍ତ ଦାଶ କରି ସମସ୍ତ ଶ୍ରୋତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ପରିଶେଷରେ ଅନୁଷ୍ଠାନର ପରମ ଶୁଭେଛୁ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ଉପସ୍ଥିତ କବି, ସାହିତ୍ୟାନୁରାଗୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସଭାସାଙ୍ଗ କରାଯାଇ ପ୍ରସାଦ ସେବନ କରି ସମସ୍ତେ ପ୍ରତ୍ୟାବର୍ତ୍ତନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ