October 28, 2026

ଗଜପତି:- ଚୋରି ହୋଇଥିବା ସୁନାହାର ଓ କାନଫୁଲ ଉଦ୍ଧାର:- ଏ ସଂକ୍ରାନ୍ତରେ ସନ୍ଦିଗ୍ଧ ଯୁବ ଗିରଫ

IMG-20261026-WA0090
Share

 

ଗତ ୨୨ ଦିନ ତଳେ ଚୋରି ହୋଇଥିବା ସୁନାହାର ଓ କାନଫୁଲ ଉଦ୍ଧାର କରି ଏ ସଂକ୍ରାନ୍ତରେ ପୋଲିସ ସନ୍ଦିଗ୍ଧ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି ।

ପୋଲିସର ସୂଚନା ପ୍ରକାରେ ଜଣାଯାଇଛି ଯେ , ଗତ ୨୩ ତାରିଖ ଦିନ ମଧ୍ୟାହ୍ନ ସମୟରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସେରଙ୍ଗ ଥାନା ଅନ୍ତର୍ଗତ କାକାବୁଲୁ ଗ୍ରାମର ଡିବେଲେନ୍ ମଣ୍ଡଳ’ଙ୍କ ଲିଖିତ ରିପୋର୍ଟ ଉପରେ ସରାଙ୍ଗ ଥାନା କେସ ନଂ ୧୫୩ ତା ୨୩/୧୦/୨୦୨୬ ୟୁ/ଏସ ୩୩୧(୩)/୩୦୫(ଏ) ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଘଟଣାର ତଦନ୍ତ ସମୟରେ ଗତ ତା ୪.୧୦.୨୦୨୬ ଦିନ ସକାଳ ପ୍ରାୟ ୧୧ଟା ସମୟରେ ଗୁମ୍ମାବ୍ଲକ୍ ଅନ୍ତର୍ଗତ ସାନ କଳାକୋଟ ଗ୍ରାମର ସନ୍ଦିଗ୍ଧ ଅନିଲ ଗମାଙ୍ଗ ଗୋଟିଏ ସୁନା ହାର ଯାହାର ଓଜନ ୧୧. ୮୦୦ ଗ୍ରାମ ଏବଂ ଦୁଇଟି ସୁନା କାନଫୁଲ ଯାହାର ଓଜନ ୫. ୧୦୦ ଗ୍ରାମ ଚୋରି କରିଛନ୍ତି ଏବଂ ସାନ କଳାକୋଟ ଗ୍ରାମସ୍ଥିତ ତାଙ୍କ ଘରେ ଲୁଚାଇ ରଖିଛନ୍ତି। ପୋଲିସ ସେ ସବୁକୁ ଉଦ୍ଧାର ଓଜନ କରିବା ସହ ଗୋଟିଏ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ନଂ- ଏପି ୩୦ ସି ୬୯୨୬, ଗୋଟିଏ ଭିଭୋ ମୋବାଇଲ, ଗୋଟିଏ ଟିନ ବାକ୍ସ ଜବତ କରା ଯାଇଥିଲା । ଏ ସଂକ୍ରାନ୍ତରେ ପୋଲିସ ସନ୍ଦିଗ୍ଧ ଯୁବକ ଅନିଲ ଗମାଙ୍ଗ’କୁ ଗତ କାଲି ଅର୍ଥାତ ୨୫ ତାରିଖ ରାତିରେ ଗିରଫ କରାଯାଇଥିଲା । ଗିରଫ କରିବା ପରେ ଯୁବକ ଜଣକ ସାକ୍ଷୀମାନଙ୍କ ଉପସ୍ଥିତିରେ ସୁନାହାର ଓ କାନଫୁଲ ନିଜେ ଚୋରି କରିଥିବା ସ୍ୱୀକାର କରିବା ସମୟରେ ଏବଂ ତାଙ୍କ ଘରେ ଟିନ୍ ବାକ୍ସରେ ଥିବା ସୁନା ହାରକୁ ତାଙ୍କ କବଜାରୁ ଉଦ୍ଧାର କରିଛନ୍ତି। ତଥାପି ତାଙ୍କୁ ଗିରଫ କରାଯାଇ ଆଜି ତାକୁ ସମ୍ମାନ ଅଦାଲତକୁ ପଠାଯାଇଛି । ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ଜଣାଯାଇଛି ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————