October 26, 2026

କୁମାରପୂର୍ଣ୍ଣମୀ ଅବସରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦର ଅଷ୍ଟମ ବାର୍ଷିକ ମହୋତ୍ସବ-୨୦୨୬

IMG-20261026-WA0024
Share

ତିର୍ତ୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଆଜି ପବିତ୍ର କୁମାର ପୂର୍ଣ୍ଣମୀ ତଥା ମା’ଗଜଲକ୍ଷ୍ମୀ ଙ୍କ ପୂଜା ଅବସରରେ ତିର୍ତ୍ତୋଲ କୁମାର ଉତ୍ସବ ସମିତି ଆନୁକୂଲ୍ୟରେ, ଜିଲ୍ଲାର ପ୍ରତିଷ୍ଠିତ କଳା ସଂସ୍କୃତି ଅନୁଷ୍ଠାନ “ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ” ର ଅଷ୍ଟମ ବାର୍ଷିକ ଲୋକକଳା ସାଂସ୍କୃତିକ ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି l ପୂର୍ବାହ୍ନ ରେ ସାହିତ୍ୟ ଆସର କାର୍ଯ୍ୟକ୍ରମ ରେ ସଂସଦ ର ସ୍ଥାୟୀ ସଭାପତି ଅକ୍ଷୟ କୁମାର ଦାସ,ଅଧ୍ୟକ୍ଷତା କରିଥିବା ବେଳେ, ଚକୋଲେଟ କବି ହେମନ୍ତ କୁମାର ନାୟକ,ଆଇନୀଜୀବୀ ଅମର ଜ୍ୟୋତି ସାହୁ,ପୂର୍ବତନ ପ୍ରଶାସନିକ ଅଧିକାରୀ ନାରାୟଣ ନାୟକ, ଆଇନୀଜୀବୀ ପ୍ରଶାନ୍ତ କୁମାର ଦାସ,ଯୁବ ପ୍ରତିଭା ପବିତ୍ର କୁମାର ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l କବିତା ସଂଯୋଜନା କରିଥିଲେ ଝଙ୍କଡକନ୍ୟା ସବିତା ନାୟକ,ଏବଂ ସାମ୍ବାଦିକ କବି ଭାଗବତ ପ୍ରସାଦ, ନିତ୍ୟାନନ୍ଦ ନାୟକ, ଆଶିଷ କୁମାର ପରିଜା, ପ୍ରଭାତ ପରିଜା, ନାରାୟଣ ଚନ୍ଦ୍ର ନାୟକ, ପାୟଲ ମଣ୍ଡଳ, ଆଦି ୩୦ ଜଣ କବି ଓ କବୟିତ୍ରୀ ମାନେ ନିଜସ୍ୱ ରଚିତ କବିତା ଆବୃତ୍ତି କରିଥିଲେ l ଏହି ଅବକାଶରେ ଭାବ ବିହ୍ଵଳ ନୃତ୍ୟରେ ବିନ୍ଧ୍ୟବାସିନୀ ମହାନ୍ତି,ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ l ଉପସ୍ଥାପିକା ଭାବେ ସୁଶ୍ରୀ ସାଈ ଋତୁପର୍ଣ୍ଣା ମଞ୍ଚ ସଂଚାଳନ କରିଥିବା ବେଳେ, ଛୋଟବଡ ଅନେକ କଳାକାର ନୃତ୍ୟ ପରିବେଷଣ କରି ଉତ୍ସବ ର ଶୋଭା ବର୍ଦ୍ଦନ କରିଥିଲେ l ଦ୍ଵିତୀୟ ଅଧିବେଶନର ଅତିଥି ପରିଚୟ ପ୍ରଦାନ କରିଥିଲେ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି ଏବଂ ସଂସଦର ସଭାପତି ଅକ୍ଷୟକୁମାର ଦାସ ଙ୍କ ସଭାପତିତ୍ତ୍ୱ ରେ ,ଉଦଘାଟକ ଭାବେ ବଲ୍ଲଭ ଚରଣ ପାଣି ଥିବାବେଳେ,ମୁଖ୍ୟ ଅତିଥି ଭାବେ ଥିଲେ ,ଗଗନ ବିହାରୀ ସ୍ୱାଇଁ,ମୁଖ୍ୟ ବକ୍ତା ଥିଲେ ଡଃ. ହିମାଂଶୁ ଖଟୁଆ,ବରେଣ୍ୟ ଅତିଥି ଭାବେ ସୋନୁ ମଲ୍ଲିକ,ଉତ୍କଳ ରଞ୍ଜନ ମହାନ୍ତି,ସିଦ୍ଧାର୍ଥ ମହାନ୍ତି, ସମ୍ମାନନୀୟ ଅତିଥିଭାବେ ପ୍ରହଲ୍ଲାଦ ଜେନା,ସାହିତ୍ୟ ସାଧକ,ଡଃ.ଅଭୟ କୁମାର ମହାରଣା,ପ୍ରଶାସନିକ କର୍ମୀ କବିତା ମୁର୍ମୁ,ସମାଜସେବୀ ଶ୍ୱେତ କୁମାର ଜେନା,ନ୍ୟୂଜ ରିଡର ଶୁଭେନ୍ଦୁ ମହାନ୍ତି, ପ୍ରତିରକ୍ଷା ବିଭାଗର ଅଧିକାରୀ ପାର୍ଥ ସାରଥୀ ପାଣିଗ୍ରାହୀ, ହେମନ୍ତ ଭାରଦ୍ୱାଜ, ବରିଷ୍ଠ ବ୍ୟକ୍ତିତ୍ୱ ବ୍ରହ୍ମାନନ୍ଦ ସ୍ୱାଇଁ,ହେମନ୍ତ ନାୟକ,ବିମଳ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ,ସମ୍ପାଦିକୀୟ ପାଠ କରିଥିଲେ ସଂସଦ ର ପ୍ରଣପ୍ରତିଷ୍ଠାତ୍ରୀ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ l ଏହି ଅବସରରେ ଋତୁପର୍ଣ୍ଣା ଓ ଆଦିବାସୀ ସଂସ୍କୃତି ସମ୍ପନ୍ନ ପତ୍ରିକା “କାପୁର ମୁଲି” ନାମରେ ଦୁଇଟି ପତ୍ରିକା ଉନ୍ମୋଚନ କରାଯାଇଥିଲା l ମୁଖ୍ୟ ଉପଦେଷ୍ଟା ଝଙ୍କଡ଼ରତ୍ନ ଗୋଲକ ବିହାରୀ ପଳେଇ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ l

You may have missed