October 24, 2026

ଲକ୍ଷ୍ମୀପୂଜାର ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନନ୍ଦିପଦା ପୁଲିସର ସ୍ୱତନ୍ତ୍ର ବୈଠକ…

IMG-20261022-WA0019
Share

 

 

ହାଟଡିହି ତା ୨୨/୧୦(ମନମୋହନ ନାୟକ) : ଆଗାମୀ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ନନ୍ଦିପଦା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଛେନାପଦି ଛକସ୍ଥିତ ମା’ ବିଶ୍ୱତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆମ ପୁଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କୃଷ୍ଣଚନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ ଓ ମନମୋହନ ବେହେରାଙ୍କ ସମେତ ହାଟଡିହି, ଜଳକଳଙ୍ଗ, ଅଣା, ଛେନାପଦି ଆଦି ଅଞ୍ଚଳର ଦଶଟି ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ଲକ୍ଷ୍ମୀପୂଜା ସମୟରେ ଭକ୍ତ ଓ ଦର୍ଶକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା, ଟ୍ରାଫିକ୍ ବ୍ୟବସ୍ଥାକୁ ସୁସଂଗଠିତ କରିବା ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପୂଜା ସମୟରେ ସନ୍ଧ୍ୟା ୫ଟାରୁ ଭାରୀଯାନ ଚଳାଚଳ ବନ୍ଦ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଜନଗହଳିକୁ ଦୃଷ୍ଟିରେ ରଖି ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୁଲିସ ସହ ପୂଜା କମିଟିର ସଦସ୍ୟମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଭଗବାନ ନାୟକ, ବାଦଲ ରାଉତ, ଅକ୍ଷୟ ଜେନା, ହିମାଂଶୁ ନାୟକ, ସନ୍ତୋଷ ରାୟ, ଅନନ୍ତ କୁମାର ଜେନା, ରବୀନ୍ଦ୍ର କୁମାର ଜେନା, ମନୋଜ ସାହୁ, ହରିହର ଜେନା, ଅମୀୟ କୁମାର ନାୟକ, ଶ୍ୟାମଘନ ବେହେରା, ଆକାଶ ସା, ମହେଶ୍ୱର ସା, ସୁବାସ ଓଝା, ସୁଧାଂଶୁ ବିଶ୍ୱାଳ, ହଳଧର ଜେନା, ଚୈତନ ପୁହାଣ, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ,ବାବନ ବିଶ୍ୱାଳଙ୍କ ସମେତ ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।