October 21, 2026

ଗରାମ ରେ ବିଜେପି ର ସାଂଗଠନିକ ବୈଠକ।..

IMG-20261020-WA0005
Share

 

ଜଗନ୍ନାଥପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ବାରିକ ଙ୍କ ନେତୃତ୍ବରେ ଗରାମ ପଞ୍ଚାୟତ ରେ ସନିଆ ଭାଇଙ୍କ ବାସଭବନରେ ପଞ୍ଚାୟତର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ସାଥୀମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକରେ ଆଗାମୀ ନିର୍ବାଚନ ପ୍ରସ୍ତୁତି, ସାଂଗଠନିକ ଏକତା ଓ ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକ ର ମୂଳ ଲକ୍ଷ୍ୟ ହେଉଛି ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ଭାଇଚାରା, ପାରସ୍ପରିକ ସହଯୋଗ ଓ ସାଂଗଠନିକ ଶୃଙ୍ଖଳା ସହ ଆଗକୁ ବଢ଼ିବା।ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ବରିଷ୍ଠ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଓ ଯୁବ ସାଥୀ ମାନଙ୍କୁ ପ୍ରଶାନ୍ତ କୁମାର ବାରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଉକ୍ତ ବୈଠକରେ ଏକତା ହିଁ ଆମର ଶକ୍ତି ଓ ସମସ୍ତେ ମିଶି ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ପ୍ରଶାନ୍ତ ସମସ୍ତ ଙ୍କୁ କହିଛନ୍ତି।ଏହି ବୈଠକରେ ସାଧାରଣ ସମ୍ପାଦକ ଜୟଦେବ ନନ୍ଦ,ପଞ୍ଚାୟତ ପ୍ରମୁଖ କୈଳାଶ ଜେନା, ବରିଷ୍ଠ ବିଜେପି କର୍ମୀ ଭରତ ନାୟକ,ବିରଷ୍ଠ ଶିକ୍ଷକ ପିତାମ୍ବର ପଣ୍ଡା, ପଞ୍ଚାୟତ ବୁଥ୍ ସଭାପତି ଚନ୍ଦନ କୁମାର ମଲ୍ଲିକ ଙ୍କ ସମେତ ପଞ୍ଚାୟତ ର ଶତାଧିକ କର୍ମୀ ଏହି ବୈଠକରେ ଯୋଗଦେଇଥିଲେ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର