October 21, 2026

ଜହ୍ନାପଡ଼ା ଦୁର୍ଗାପୂଜାରେ ରଶିଟଣା ପ୍ରତିଯୋଗୀତା      

IMG-20261021-WA0029
Share

 

 

 

ବରପାଲି : ୨୧/୧୦(ଆଦ୍ୟାଶା) ବରଗଡ ଜହ୍ନାପଡ଼ାରେ ରଶିଟଣା ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ରଶିଟଣା ପ୍ରତିଯୋଗିତାରେ ପୁଣି ନିଜର ଦବଦବା ଦେଖାଇଛି ତାଳପଦର ଦଳ। ୧୪ଟି ଦଳକୁ ପଛରେ ପକାଇ ଚାମ୍ପିଅନ୍ ଟ୍ରଫି ହାତେଇଛି ତାଳପଦର। ରଶିଟଣା କେବଳ ଏକ ଖେଳ ନୁହେଁ, ଏହା ଶାରୀରିକ ଶକ୍ତି, ସାହସ, ଧୈର୍ଯ୍ୟ ଓ ଦଳଗତ ଏକତାର ପ୍ରତୀକ।ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ପୋଢ଼ମୁଣ୍ଡାକୁ ୨-୦ରେ, ଦ୍ୱିତୀୟ ମୁକାବିଲାରେ ଖଲିଆପାଲିକୁ ୨-୦ରେ ଏବଂ ତୃତୀୟ ମୁକାବିଲାରେ ମନାପଡ଼ାକୁ ୨-୧ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା ତାଳପଦର ଦଳ।ଫାଇନାଲ୍‌ରେ ଜାମଟିକିରା ସହ ହୋଇଥିଲା କଡ଼ା ଟକ୍କର। ଉଭୟ ଦଳ ନିଜର ଶକ୍ତି ଓ ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ଶେଷରେ ୨-୧ରେ ବିଜୟୀ ହୋଇ ଚାମ୍ପିଅନ୍ ମୁକୁଟ ପିନ୍ଧିଥିଲା ତାଳପଦର। ଜାମଟିକିରା ଦଳ ଉପବିଜେତା ହୋଇଥିଲା।ଦୀର୍ଘ ବର୍ଷ ଧରି ରଶିଟଣା ପ୍ରତିଯୋଗିତାରେ ସୋହେଲା, ଝାରବନ୍ଧ, ଜହ୍ନାପଡ଼ା, ଘେଁସ, ପଡ଼ା ଓ ପାଇକମାଳ ଭଳି ଅଞ୍ଚଳର ଦଳଗୁଡ଼ିକ ନିଜର ଶକ୍ତି ଓ ଦକ୍ଷତା ବଳରେ ପ୍ରତିବର୍ଷ ବିଜେତା ହୋଇ ଆସୁଛନ୍ତି। ଏହି ପାରମ୍ପରିକ ଖେଳରେ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଚଳିତ ବର୍ଷ ଜହ୍ନାପଡ଼ାରେ ତାଳପଦର ଦଳ ଚାମ୍ପିଅନ୍ ହୋଇ ପୁଣି ଥରେ ନିଜର ଦକ୍ଷତା ପ୍ରମାଣ କରିଛି।