October 21, 2026

ରାମଲୀଳାରେ କମ୍ପିଲା ପଡିଆବାହାଲ ରାବଣ ବଧ ସହ ଚାରିଦିନିଆ ରାମଲୀଳାର ପରିସମାପ୍ତି, ମନ ମୋହିଲା ବାଣ୍ଡିବୁତଲ

IMG-20261021-WA0021
Share

 

ଯୁଯୋମୁରା, ୨୧. ୧୦: ପୌରାଣିକ ପରମ୍ପରା, ଧାର୍ମିକ ଭାବନା ଓ ସାଂସ୍କୃତିକ ଉତ୍ସାହରେ କମ୍ପି ଉଠିଲା ପଡିଆବାହାଲ। ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଚାରିଦିନିଆ ରାମଲୀଳା ମହୋତ୍ସବ ରାବଣ ବଧ ପ୍ରସଙ୍ଗ ସହ ଉଦ୍‌ଯାପିତ ହୋଇଛି। ରାମାୟଣର ମହାନ ଆଦର୍ଶ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ସତ୍ୟର ଶକ୍ତିକୁ ନେଇ ମଞ୍ଚସ୍ଥ ରାମଲୀଳା ଦର୍ଶକଙ୍କ ମନ ମୋହିଥିଲା। ଏହି ଅବସରରେ ବାଣ୍ଡିବୁତଲର ଆକର୍ଷଣୀୟ ପରିବେଷଣ ଦର୍ଶକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିଲା।

 

କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ରାଜାରାମ ପାଢ଼ୀ ଏବଂ ପରମାଣପୁରର କଂସ ମହାରାଜ ସମୀର ନାଥ ଅତିଥି ଭାବେ ଯୋଗଦେଇଥିଲେ। ରାମଲୀଳା ଭଳି ପାରମ୍ପରିକ ଲୋକକଳା ଓ ସାଂସ୍କୃତିକ ଆୟୋଜନ ଆମ ସମାଜରେ ଧାର୍ମିକ ଚେତନା ଜାଗ୍ରତ କରିବା ସହ ନୂତନ ପିଢ଼ିକୁ ଆମ ଐତିହ୍ୟ ଓ ପରମ୍ପରା ସହ ଯୋଡ଼ି ରଖିବାରେ ସହାୟକ ହେଉଛି ବୋଲି ମତ ପ୍ରକାଶ ପାଇଥିଲା।

 

ଉଦ୍‌ଯାପନୀ ଉତ୍ସବରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା।

 

ମଞ୍ଚ କାର୍ଯ୍ୟକ୍ରମକୁ ଡା. ରାଜାରାମ ଷଡ଼ଙ୍ଗୀ ସଂଚାଳନା କରିଥିଲେ। ସୌମ୍ୟରଞ୍ଜନ ବଡ଼ପଣ୍ଡା ପୌରୋହିତ୍ୟ କରିଥିବା ବେଳେ ବେଣୁଧର ତ୍ରିପାଠୀ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।

 

ସମଗ୍ର କାର୍ଯ୍ୟକ୍ରମକୁ କମିଟିର ସଭାପତି ହରିହର ନାଏକ, ଉପସଭାପତି ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ସମ୍ପାଦକ ସୁବୋଧ କୁମାର ନାୟକ, ସହସମ୍ପାଦକ ପ୍ରବୀଣ ସୁପକାର, ସାଂସ୍କୃତିକ ସମ୍ପାଦକ ଝାସକେତନ ନାଏକ, ଆକାଶ ସାହୁ ଏବଂ ଉପଦେଷ୍ଟା ସୁବୋଧ କୁମାର ବେହେରା, ଅଶୋକ କୁମାର ପୁରୋହିତ, ଆଶୁତୋଷ ପଣ୍ଡା, ପ୍ରଫୁଲ୍ଲ ମଗର, ପ୍ରମୋଦ କୁମାର ମିଶ୍ର, ଦେବାନନ୍ଦ ଭୁସାଗର, ତାପସ ମହାପାତ୍ର, ପ୍ରମୋଦ ମଗର, ଅଶୋକ ରାୟ ଓ ବରୁଣ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସୁଚାରୁ ରୂପେ ପରିଚାଳନା କରିଥିଲେ।

 

ରାବଣ ବଧ ସହ ରାମଲୀଳାର ପରିସମାପ୍ତି ଦର୍ଶକଙ୍କ ମନରେ ଧର୍ମ, ନ୍ୟାୟ ଓ ସତ୍ୟର ବିଜୟର ବାର୍ତ୍ତା ଦେଇଥିବା ବେଳେ ପଡିଆବାହାଲର ଏହି ସାଂସ୍କୃତିକ ଆୟୋଜନ ଅଞ୍ଚଳର ଧାର୍ମିକ ଓ ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିଛି।