ଆଜିର ଖବର..
୧-କଟକରେ ଦୁଇ ଶହ କୋଟିରୁ ଅଧିକ ଟଙ୍କାର ସୁନା ଚାନ୍ଦି ମେଢ, ଦେଖିବାକୁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼।
୨-ରାଜଧାନୀ ଦୁର୍ଗାପୂଜା: ଦୁର୍ଗାପୂଜା ଭସାଣରେ ଡିଜେ ମନା, ନିୟମ ଭାଙ୍ଗିଲେ ପୂଜା କମିଟି ନାଁରେ ରୁଜୁ ହେବ ମାମଲା
୩-ପାଣିପାଗ ବିଭାଗର ଚେତାବନୀ,୨୬ ଅକ୍ଟୋବର ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ ରାଜ୍ଯକୁ ପ୍ରବଳ ବର୍ଷା ଆର୍ଲଟ।
୪-କୋଭିଡରେ ପ୍ରଭାବିତ MBBS ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି, ପ୍ରଥମ ପ୍ରଫେସନାଲ୍ ପରୀକ୍ଷା ପାଇଁ ମିଳିବ ଆଉ ଏକ ସୁଯୋଗ।
୫-କେନ୍ଦ୍ରାପଡ଼ା,ଗହଙ୍ଗା ଗାଁ: ଲୁଣା ନଦୀରେ ବୁଡ଼ି ୩ ଯୁବକ ମୃତ, ଅଞ୍ଚଳରେ ଶୋକର ଛାୟା।
୬-ଛତ୍ରପୁର:ବିବାହ ପ୍ରତିଶ୍ରୁତି ଦେଇ ୬୦ ଲକ୍ଷ ଟଙ୍କା ଠକେଇ, ଗୋଆରୁ ମୁଖ୍ୟ ଅଭିଯୁକ୍ତ ଗିରଫ କଲା ପୋଲିସ।
୭-ପୁରୀ,କୁମ୍ଭାରପଡ଼ା:ମାଆକୁ ହତ୍ୟା କରି ପ୍ଲାଷ୍ଟର କରିବା ଘଟଣା, ପୁଲିସ ଜାଲରେ ମୁଖ୍ୟ ଅଭିଯୁକ୍ତ, ଦେଖାଇଲା ହତ୍ୟାର ଡେମୋ।
୮-କଣ୍ଟାବାଞ୍ଜି:କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ, ସପ୍ତାହେ ହେଲା ଭୟରେ ଅଞ୍ଚଳବାସୀ।
୯-ଭୁବନେଶ୍ୱର:କମିସନରେଟ୍ ପୁଲିସର X ଆକାଉଣ୍ଟ ହ୍ୟାକ୍, ସନ୍ଦିଗ୍ଧ ପୋଷ୍ଟକୁ ନେଇ ବଢ଼ିଲା ଚିନ୍ତା।
୧୦-ବିମାନବନ୍ଦରରୁ ବିଦେଶୀ ଗଞ୍ଜେଇ ଜବତ, ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା ମାରିଜୁଆନା।
୧୧-ଭବାନୀପାଟଣା:ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ସମ୍ପନ୍ନ,ଶାକ୍ତ ପରମ୍ପରା ଅନୁଯାୟୀ ହେଲା ପୂଜାର୍ଚ୍ଚନା।
୧୨-ଭିତରକନିକା ଜାତୀୟ ଉଦ୍ୟାନରେ ନିଆରା ପରମ୍ପରା : କନିକା ରାଜପରିବାର ପକ୍ଷରୁ ଘଞ୍ଚ ଜଙ୍ଗଲରେ ପୂଜା ପାଆନ୍ତି ମା’ ବନଦେବୀ।
୧୩-ବିଜୟା ଦଶମୀରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ: ଦେଶର ଶତ୍ରୁମାନଙ୍କ ବିରୁଦ୍ଧରେ ଦେଶବାସୀ ଏକାଠି ହୁଅନ୍ତୁ।
୧୪-ଦେଶବ୍ୟାପୀ ଧୁମ୍ଧାମ୍ରେ ପାଳନ ହେଲା ଦଶହରା; ରାବଣ ପୋଡ଼ିରେ ସାମିଲ ହେଲେ ମୋଦୀ, ମୁର୍ମୁ ଓ ଅମିତ ଶାହ।
୧୫-ବିରୋଧୀଙ୍କୁ କାଉଣ୍ଟର କରିବାକୁ ବିଜେପିର ମାଷ୍ଟରପ୍ଲାନ୍, ଆରମ୍ଭ କରିବ ଲୋକତନ୍ତ୍ର ବଞ୍ଚାଅ, ଭିଡ଼ତନ୍ତ୍ର ହଟାଅ ଅଭିଯାନ।
୧୬-ଜାତୀୟ ପଦାଧିକାରୀଙ୍କ ନାଁ ଘୋଷଣା କଲା ବିଜେପି ଯୁବ ମୋର୍ଚ୍ଚା, ଅର୍ପିତା ଅପରାଜିତା ବଡ଼ଜେନା ଜାତୀୟ ସାଧାରଣ ସଂପାଦକ।
୧୭-ସାଉଦି ଆରବ:ମକ୍କା ମସଜିଦରେ କିସ୍ ପାଇଁ ଫାଶୀ? ଦୁଇ ବାଂଲାଦେଶୀଙ୍କ ମୃତ୍ୟୁକୁ ନେଇ ବିବାଦ।
୧୮-କଲକାତା ପୂଜାମଣ୍ଡପରେ ଦଳାଚକଟା ଅଘଟଣ; ବିଚାରପତିଙ୍କ ନେତୃତ୍ବରେ ହେବ ଏସ୍ଆଇଟି ଯାଞ୍ଚ।
୧୯-ଟାଇଗର ଶ୍ରଫ୍ ଗୁଳିମାଡ଼ ମାମଲା, କୋଟାରୁ ଧରାପଡ଼ିଥିବା ୩ ଅଭିଯୁକ୍ତ ମୁମ୍ବାଇ ସ୍ଥାନାନ୍ତର।
୨୦-ଭାରତ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ରାଷ୍ଟ୍ର, ଆମ ସଂପର୍କ ଏକବିଂଶ ଶତାବ୍ଦୀର ସ୍ଥିତି ନିର୍ଦ୍ଧାରଣ କରିବ’: ମାର୍କୋ ରୁବିଓ
