ନବରାତ୍ର ମହୋତ୍ସବ ଉଦଯାପିତ
ବରଗଡ,ତା ୨୧/୧୦(ସୁରେନ୍ଦ୍ର କଠାର)
ଅଦ୍ୟ ତା ୨୦-୧୦-୨୦୨୬ ରିଖ କୁଲୁଣ୍ଡା ର ଦେବୀ ପୀଠ ଗ୍ରାମପତି ,ହିର୍ଲିପଳିଏନ, ନୁନିଆଇ ଏବଂ ବାରାଭାଇ ନାଥ ମନ୍ଦିର ଠାରେ ନଅ ଦିନ ଧରି ଚାଲିଥିବା ନବରାତ୍ର ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି । କୁଲୁଣ୍ଡା, ବାଞ୍ଜିପାଲି ଏବଂ ପଳସାପାଲି ଗ୍ରାମର ଗ୍ରାମବାସୀ ଙ୍କ ମିଳିତ ଭାବେ ଅନୁଷ୍ଟିତ ମହୋତ୍ସବରେ ପଣ୍ଡିତ ଦିଲ୍ଲୀପ ରଥ ଙ୍କ ସହଯୋଗରେ ବିଶମ୍ୱର ପାତ୍ର ଏବଂ ତାଙ୍କର ସପତ୍ନି ଲଳିତା ପାତ୍ର କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ । ମନ୍ଦିରର ଝାଙ୍କର ଗୋପାଳ ଭୁଏ,ରାଧେ ଭୁଏ ,ବୁଧୁରାମ ଭୁଏ ପୂଜା କାର୍ଯ୍ୟ କରିଥିଲେ । ମହୋତ୍ସବ ର ସଭାପତି ପ୍ରମୋଦ ରଥ,ସମ୍ପାଦକ ଭରତ ପଧାନ ,କୋଷାଧ୍ୟକ୍ଷ ଘାସିରାମ ଭୁଏ ଏବଂ ଉପଦେଷ୍ଟା ମଣ୍ଡଳୀର କୁଳମଣି ପଧାନ ଏବଂ ଶିବ ସାହୁ ଉପସ୍ଥିତ ଥିଲେ । ପ୍ରତିଦିନ ଭକ୍ତ ମାନଙ୍କୁ ଅନ୍ନଭୋଗ ମଧ୍ୟ ଦିଆଯାଉଥିଲା । ଏହି କାର୍ଯ୍ୟକ୍ରମରେ ତିନି ଗ୍ରାମର ଗ୍ରାମବାସୀ ସହଯୋଗ କରିଥିଲେ ।
