October 21, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ଗ୍ରାମ ପଞ୍ଚାୟତ ଅଧିନ ଐତିହାସିକ ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ଅନୁଷ୍ଟିତ……….

IMG-20261021-WA0019
Share

 

 

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ଏହି ଅବସରରେ ତିନି ମୁଠା ଯଥା ହୀରାପୁର ,ପରିଆଇ ବୋରୀଗାଁର ଶତାଧିକ ଦେବା ଦେବୀଙ୍କ ପ୍ରତୀକ ଲାଠି, କୁର୍ଚି ଆଙ୍ଗା ଓ ବିମାନ ଯୋଗଦେଇଥିବା ବେଳେ ଉମରକୋଟ କୈଳାସ ବେହେରାଙ୍କ ଘରେ ରହୁଥିବା ବାବା ଭୈରବ ମା ଦନ୍ତେଶ୍ୱରୀ ବିମାନ ଓ ଖମ୍ବେଶ୍ୱରୀ, ଗାଦି ମା ଓ ବାର ଭୂଜାଙ୍କ କୁର୍ଚୀ ଯୋଗ ଦେଇଥିଲେ ଏହି ବିମାନ କୁ ବଡ଼ କୁମାରୀ ଗ୍ରାମ ର ପୂଜାରୀ ଘାର ପିଲା ମାନେ ବୋହି ଆଣି ଥିଲେ ,ଏହି ଦଶହରା ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ ,ଏଠାରେ ଅମାବାସ୍ୟା ପୂର୍ବରୁ କୃଷ୍ଣ ପକ୍ଷରେ ପ୍ରାକ୍ ଦଶହରା ପାଳିତ ହୁଏ ପ୍ରଥମେ ନଳ ବଂଶ ର ଶେଷ ରାଜା ସ୍କନ୍ଦ ବର୍ମନଙ୍କ ଇଷ୍ଟ ଦେବୀ ଗାଦି ମାଆ ଙ୍କ ନିକଟରେ ପ୍ରାକ୍ ଦଶହରା ପାଳିତ ହୁଏ ଅମାବାସ୍ୟା ପୂର୍ବ ଶୁକ୍ରବାର ଦିନ ଗୁନ୍ଦୁରୁ ଭୈରବ , ଚୁଟକି ମଉଳି ବୁଟକି ମଉଳି ଜଟିଆ ରାଓ ଓ ମଣ୍ଡଳ ଭୀମ ନିକଟରେ ପ୍ରାକ୍ ଦଶହରା ପାଳିତ ହୁଏ , ଜହ୍ନ ଉଦିଆ ଦ୍ୱିତୀୟ ତିଥିରେ ଉଭୟ ଭୈରବ ଓ ଚଉଁରିଅ , ଜଟିଆ ରାଓ ଓ ମା ଦନ୍ତେଶ୍ୱରି ଙ୍କ ପ୍ରତୀକ ଲାଠି ଜୟପୁର ଓ ଜଗଦଲ ପୁର ଦଶହରା ଅଭି ମୁଖେ ବାହାରେ ଠିକ୍ ସପ୍ତମୀ ଦିନ ଜୟପୁର ଓ ଜଗଦାଲପୁର ଦଶହରା ରେ ପହଞ୍ଚି ଯାଏ ,ଏହା ଦୁଇ ଶହ ବର୍ଷ ପୁରୁଣା ଇତିହାସ ୧୯୪୨ ମସିହା ପାପଡାହାଣ୍ଡି ଗୁଲି କାଣ୍ଡ ବର୍ଷ ଠାରୁ ଜୟପୁର କି ଜଗଦଲପୁର୍ ଦଶହରା ଯିବ ବନ୍ଦ ଥିଲା ଭୈରବ ବାବାଙ୍କ ଓ ବାଦର୍ ରାଓ ଙ୍କ କାଳିସୀ ଙ୍କ ଆଦେଶ କୈଳାସ ବେହେରାକୁ ମିଳିଲା ଯେ ଜୟପୁର ଓ ଜଗଦଲପୁର ଯାଇ ସରକାରୀ ସ୍ତରରେ ଦେବୋତ୍ତର ବିଭାଗ ସହିତ ଯୋଗ ଯୋଗ କରି ପୁନଃ ଲାଠି ନେବାର ବ୍ୟବସ୍ଥା କରିବାକୁ ,ଦେବା ଦେବୀଙ୍କ କାଳିସୀ ଆଦେଶରେ ଶ୍ରୀ ବେହେରା ଜୟପୁର ଓ ଜଗଦଲପୂର୍ ଯାଇ ଦେବୋତ୍ତର ସଂସ୍ଥା ଓ ଉପ ଜିଲ୍ଲାପାଳ ଜୟପୁର ଓ ତହସିଲଦାର ଙ୍କୁ ସାକ୍ଷାତ କରି ଜୟପୁର ଓ ଜଗଦଲପୁର ଲାଠି ନେବାର ବ୍ୟବସ୍ଥା କଲେ ଓ ରଇତ ମାନଙ୍କ ଠାରୁ ଚାଉଳ ଓ ପଇସା ଆଦାୟ କରାଗଲା ପଦ ଯାତ୍ରା ଆରମ୍ଭ ୧୯୯୦ ମସିହାରୁ ପୁନଃ ପ୍ରଚଳିତ ହେଲା ଏଥିରେ ଜୟପୁର ର ଡଃ ପରେସ ରଥ ମୁଖ୍ୟ ଭୂମିକା ଗ୍ରହଣ ପାରିଥିଲେ ପରା ବର୍ତ୍ତି ସମୟରେ ସ୍ୱର୍ଗତ ରିତୁ ସାହୁ ଆଗ୍ରହ ପ୍ରକାଶ କରି ପୋଡ଼ାଗଡ ନଳ ରାଜାଙ୍କ ପାଟ ଖଣ୍ଡା କୂ ବାର୍ତ୍ତା ମାନର ଜୟପୁର ଯୁବ ରାଜାଙ୍କ ନିକଟରେ ଦଶହରା ମଣ୍ଡପ ପାରାବେଦା ରେ ପ୍ରଦର୍ଶନ କର ଯାଇଥିଲା ଡଃ ପରେଶ ରଥ ଙ୍କ ଉଚ୍ଚ ଚିନ୍ତାଧାରା ପ୍ରକାରେ ସମସ୍ତ ସେବାୟତ ମାନଙ୍କୁ ସିରପା କରାଉ ଥିଲେ ପର ବର୍ତ୍ତି ସମୟରେ ଏହି ପରମ୍ପରା ବନ୍ଦ ହୋଇଗଲା ଜୟପୁର ରୁ ଫେରିଲା ବେଳେ ଉମୁରି ,ଜୟନ୍ଥିରି ବୋରିଗୁମା ରାମ ମନ୍ଦିର,ନବରଙ୍ଗପୁର ଭଣ୍ଡାରଘରଣୀ ମନ୍ଦିର ରେ ରହିବା ସମୟରେ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ବେବର୍ତ୍ତାଙ୍କ ଘରେ ଭୋଗ ଖାଇ ତାରାଗାଁ ଦେଇ ପାପଡ଼ାହାଣ୍ଡି ରେ ରହି ଡାବୁଗାଁ ଉମରାହାଣ୍ଡି ହୋଇ ସାରାଗୁଡା ଦେଇ ପୋଡ଼ାଗଡ ପହଞ୍ଚେ ପରେ ପୋଡ଼ାଗଡ ରେ ଦଶହରା ପାଳିତ ହୁଏ ,କରୋନା ମହା ମାରି ପର ଠାରୁ ଆଉ ଜୟପୁର ପୋଡ଼ା ଗଡ ଲାଠି ଯାଉ ନାହିଁ କେବଳ ସଉରା ସାହି କଳସୀ ସମୟରେ ଲାଠି ବିମାନ ସଉରା ସାହି ବାସିନ୍ଦା ଓ ପୂଜାରୀଙ୍କ ନିମନ୍ତ୍ରଣ ରେ ଯୋଗ ଦେଉଛନ୍ତି, ଉକ୍ତ ବର୍ଷ ଦଶହରା ପୋଡ଼ାଗଡ ଠାରେ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି, ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ନାୟକ ସମ୍ପାଦକ ପୁରୁଷୋତ୍ତମ ଭତ୍ରା କୋଷାଧକ୍ଷ ଜଳଧର ମାଝୀ ,ଉପଦେଷ୍ଟା ଦଶ୍ରୁ ନାୟକ ,ସୋନା ମାଝୀ ,ଭରମ।ବିଶୋଇ ସହ ସମ୍ପାଦକ ତୁଳସୀ ଭତ୍ରା ,ଉପ ସଭାପତି ଜଗଦୀଶ ନାୟକ ପୂଜକ କୃଷ୍ଣ ପୂଜାରୀ ,ପୂର୍ଣ୍ଣ ପୂଜାରୀ ନାରାୟଣ ପୂଜାରୀ ସମେତ।ସମସ୍ତ ତିନି ମୁଠାର ପୂଜକ ଓ ମାଝୀ ମହେନ୍ଦ୍ର ମାଝୀ।ଯୋଗଦେଇଥିଲେ ସମସ୍ତ ନବରାତ୍ରୀ କାର୍ଯ୍ୟ ହୋମ ଯଜ୍ଞ ଶ୍ରୀ କୈଳାସ ଚନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ପୋଡ଼ାଗଡର ଚଉଷଠି ଯୋଗିନୀଙ୍କ ପୂଜା ଡଃ ବେହେରାଙ୍କ ଦ୍ଵାରା ହୋଇଥିଲା ନବ ରାତ୍ରି ପୂଜାରେ ନ କନ୍ୟା ପୂଜନ ସୁନ୍ଦର୍ ଭାବେ କରାଯାଇଥିଲା ଶତାଧିକ ମହିଳା ଏହି ନବ ରାତ୍ରି ପୂଜାରେ ଯୋଗ ଦେଇଥିଲେ ଶତାଧିକ ବ୍ୟବସାୟୀ ପସରା ପକାଇଥିବା ବେଳେ ରାତ୍ରୀ ରେ ଦେଶିଆ ନାଟକ ପରିବେଷିତ ହୋଇଥଲା