ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ
ବରପାଲି ,
(ସୁଦାମ ଦୀପ)ବରପାଲିର ସାର୍ବଜନୀନ କାଳୀ ପୂଜା ପାଇଁ ଶ୍ୟାମା ଛକ କାଳୀ ପୂଜା ମଣ୍ଡପ ରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି । ପବିତ୍ର ବିଜୟା ଦଶମୀ ତିଥିରେ କାଳୀ ପୂଜା ର ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି । ଏହି ଅବସରରେ ପୂଜା ମଣ୍ଡପ ଠାରେ ପୂଜା ଅର୍ଚ୍ଚନା ପରେ ସ୍ତମ୍ଭ ସ୍ଥାପନ କରାଯାଇଛି । ଏହା ପରେ ପୂଜା ର ସମସ୍ତ କାର୍ଯ୍ୟ ଆରମ୍ଭ ହେବ । ଚଳିତ ବର୍ଷ ସଞ୍ଜୀବ ଷଡ଼ଙ୍ଗୀ ଓ ତାଙ୍କ ଧର୍ମ ପତ୍ନୀ ବବିତା ଷଡ଼ଙ୍ଗୀ କର୍ତ୍ତା ଦାୟିତ୍ୱ ନିର୍ବାହ କରିବେ । ଆଜିର ଏହି କାର୍ଯ୍ୟକ୍ରମରେ ପଣ୍ଡିତ ହେମନ୍ତ କୁମାର ମିଶ୍ର ପୂଜକ ରହିଥିଲେ । ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା, ଓ ସଭ୍ୟ ଏଥିରେ ଉପସ୍ଥିତ ଥିଲେ। ସ୍ତମ୍ଭ ସ୍ଥାପନ ପରେ ଏକ ଶୋଭାଯାତ୍ରା ରେ କାଳୀ ମନ୍ଦିର, ସମଲେଶ୍ୱରୀ ମନ୍ଦିର ସମେତ ସମସ୍ତ ଦୂର୍ଗା ପୂଜା ମଣ୍ଡପ କୁ ଯାଇ ପୂଜାର୍ଚ୍ଚନା କରାଯାଇଥିଲା ।
