October 20, 2026
ajiro khabar
Share

ଆଜି ଖୋର୍ଦ୍ଧା ସମେତ ୮ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ଆଗାମୀ ୭ ଦିନ ପାଗ ଶୁଖିଲା, ମେଘୁଆ ରହିବ।

ଆସନ୍ତା ୨୯ ତାରିଖ ବେଳକୁ ବାତ୍ୟା ଆଶଙ୍କା, ଓଡ଼ିଶା ଓ ଆନ୍ଧ୍ରମୁହାଁ ହେବା ସମ୍ଭାବନା।

ଶିଳ୍ପ ଓ ବ୍ୟବସାୟ ପାଇଁ ୧୩ଟି କ୍ଷେତ୍ରରୁ ହଟିବ କଟକଣା, ସହଜରେ ମିଳିବ ଫାୟାର ଓ ବିଲ୍ଡିଂ ଅନୁମତି, କହିଲେ ସରକାର।

ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଯୋଗୁଁ ଆଜି ସକାଳ ୮ଟା ପରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ହେବ।

ଭିତରକନିକା ଜାତୀୟ ଉଦ୍ୟାନରେ ପରମ୍ପରା: ଘଞ୍ଚ ଜଙ୍ଗଲରେ ମା’ ବନଦେବୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା।

ଭବାନୀପାଟଣାରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସଂପନ୍ନ। ପଡ଼ିଲା ପଶୁବଳି, ରକ୍ତରେ ଭିଜିଲା ରାଜରାସ୍ତା।

କୋରାପୁଟ କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ସରକାରଙ୍କ ଘୋଷଣା ଉପରେ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ନବୀନଙ୍କ ଚିଠି।

କନ୍ଧମାଳ ଦାରିଙ୍ଗବାଡ଼ିର ଝିଅ ସିଭିଲ ସର୍ଭିସ ସର୍ବଭାରତୀୟ ସ୍ତରରେ ୧୬ତମ ରାଙ୍କ୍ ହାସଲ କଲେ।

ଏଥର ଦୁର୍ଗା ପୂଜା ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଅଧିକ କଲେଜରେ ବିଜେପି ଛାତ୍ରଙ୍କ ବିଜୟ ଦାବିର ପ୍ରମାଣ ଦେଖାଉ ବୋଲି ବିଜେଡି ଛାତ୍ର ଦାବୀ କଲେ।

ଟ୍ରାଫିକ୍‌ ଜାମ୍‌ରେ ଅଣନିଃଶ୍ୱାସୀ ରାଜଧାନୀ, ଦଶରା ବେଳେ କଲବଲ ଭୁବନେଶ୍ୱରବାସୀ।

ନୟାଗଡ଼ ରଣପୁର ଶ୍ରମିକଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ।

ନୟାଗଡ଼ ଦଶପଲ୍ଲାରେ ଦୂଷିତ ଭୂତଳ ଜଳ ଚିନ୍ତା, ୪୮ଟି ସ୍ଥାନରେ ଅଧିକ ଫ୍ଲୋରାଇଡ୍, ଅଚଳ ବିଶୋଧକ ଯନ୍ତ୍ର।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଘରୋଇ ସଂସ୍ଥାଙ୍କ କବ୍‌ଜାରେ। ଲିଫ୍ଟ, ରୋଗୀଙ୍କ ଖାଦ୍ୟ ଓ ପରିମଳ ବ୍ୟବସ୍ଥା ପାଇଁ ନେଉଛନ୍ତି କୋଟି କୋଟି ଟଙ୍କା, କିନ୍ତୁ ସେବା ବିପର୍ଯ୍ୟସ୍ତ।

ନବରଙ୍ଗପୁରରେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨ବର୍ଷରେ ୧୧୪୧ ଆବେଦନ, ୬୩୮ ନାକଚ।

ଯାଜପୁର ବରୀରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାସ୍ତା ଖୋଳିଦେଇ ଠିକାଦାର ଗାୟବ, ଅଟକିଲା ଜରୁରୀ ସେବା।

ଝାରସୁଗୁଡା ଜଙ୍ଗଲ ଭିତରେ ଏନକାଉଣ୍ଟର, ଡାକ୍ତରଖାନାରେ ଭର୍ତ୍ତି ହେଲା କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦ।

ଖୋର୍ଦ୍ଧାରେ ମଦ ଦୋକାନ ନିକଟରେ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ।

ବରଗଡ଼ ଶିବ ବିଶ୍ୱାଳ ହତ୍ୟା ଘଟଣାରେ ୨ ଗିରଫ। ଦୁର୍ବୃତ୍ତ ଛୁରୀ ମାରି ଅତାବିରା ଭୋଇପୂରା କେନାଲରେ ଫୋପାଡି ଦେଇଥିଲେ ।

ଭଦ୍ରକର ତ୍ରିଶୁଳପୁର ଛକରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ।

କନ୍ଧମାଳର ଯୁବକ ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଠକୁଥିଲା, ଗୋଆରୁ ଗିରଫ ହେଲା।

ମାଟ୍ରିମୋନି ଆପ୍‌ରେ ଫେକ୍ ପରିଚୟ, ମହିଳାଙ୍କୁ ଠକି ଅନୁଗୁଳର ବଳଭଦ୍ର ମିଶ୍ର ଗିରଫ।

ରାଉରକେଲା ଓ ସୁନ୍ଦରଗଡ଼ରେ ଟ୍ରକ୍‌ ଓ ଟ୍ରାକ୍ଟରରୁ ବ୍ୟାଟେରି ଚୋରି କରୁଥିବା ୬ ଜଣ ଗିରଫ ହୋଇଛନ୍ତି।

ଭୁବନେଶ୍ୱର ସାଲିଆ ସାହିରେ ଚଢ଼ାଉ, ଡାର୍ଲିଂ ଢାବାରେ ଆଗରେ ପାଇଖାନା, ପଛରେ ମଦ ଫ୍ୟାକ୍ଟ୍ରି।

କଟକ ବାଲିଯାତ୍ରା ପଡ଼ିଆ ନାବାଳକ ହତ୍ୟାକାଣ୍ଡ: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ।

🇳🇪

ଆଧାର ଫିଙ୍ଗରପ୍ରିଣ୍ଟ ମ୍ୟାଚ୍ ଚୟନହେଲେ ବି ମିଳିବ ସରକାରୀ ଯୋଜନାରୁ ଲାଭ।

ଭୋପାଳରେ ଘରେ ପଶି ଦୁଇ ଯୁବତୀଙ୍କ ସମେତ ୮ଜଣଙ୍କୁ ଅପହରଣ, ଛାଡ଼ିବା ପାଇଁ ମାଗିଲେ ୧୦ ଲକ୍ଷ।

ୟୁପିରେ ସ୍କୋର୍ପିଓ ପାର୍କିଂ କରି ରିଲ୍ ତିଆରି କରୁଥିଲେ, ୪ଜଣଙ୍କୁ ଚାପି ଦେଲା ଟ୍ରକ୍।

ଟାଇଗର ଶ୍ରଫଙ୍କୁ ଗୁଳି କରିଥିବା ୧୭, ୧୮ ଏବଂ ୨୨ ବର୍ଷୀୟ ୩ ଜେନ୍-ଜେଡ୍ ସୁଟର ଚିହ୍ନଟ।

ଆମେରିକା କାଲିଫର୍ଣ୍ଣିଆ ରେ ଲାଇବ୍ରେରିରେ ପଶି ମହୁ ଖାଇଲା ଭାଲୁ, ସତ ହେଲା କାର୍ଟୁନ୍ କାହାଣୀ

ଇଟାଲିରେ ହିଂସାତ୍ମକ ପ୍ରଦର୍ଶନ ପରେ ମେଲୋନିଙ୍କ ଉଚ୍ଚସ୍ତରୀୟ ବୈଠକ।

ଆମେରିକାରେ ଗ୍ରୀନ୍ କାର୍ଡ ଆବେଦନକାରୀଙ୍କୁ ଝଟକା, ୩୫ ହଜାରରୁ ଅଧିକଙ୍କ ୱାର୍କ ପରମିଟ୍ ଆବେଦନ ଖାରଜ।

🏏⚽🚴🏾‍♂️

ଏସୀୟ ପାରା କ୍ରୀଡ଼ାରେ ଭାରତର ରିଙ୍କୁ ସିଂହ ପୁରୁଷ ଜାଭେଲିନ୍‌ ଥ୍ରୋ ଏଫ୍‌୪୬ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ମୋନା ଅଗ୍ରୱାଲ ସ୍ବର୍ଣ୍ଣ ପଦକ ହାସଲ କଲେ।

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ବ ମିଳିଛି।

ରାଜ୍ୟ ବରିଷ୍ଠ ଖୋଖୋ: ପୁରୀ ବିଜେତା, କ୍ରୀଡ଼ା ଛାତ୍ରାବାସ ଉପବିଜେତା।

ମାଗଣାରେ ଟିଭି ଦେଖନ୍ତୁ, Mera Channel ଡାଉନଲୋଡ କରନ୍ତୁ: merachannel.in

*ଗତବର୍ଷ ଏଇ ସମୟରେ*

ରାଜ୍ୟରେ ୪୭୧ ଟି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।

ଭୁବନେଶ୍ୱର, କଟକରେ ଦୀପାବଳୀରେ ୨ ଘଣ୍ଟା (୭ଟାରୁ ୯ଟା) ବାଣ ଫୁଟାଇ ପାରିବେ ବୋଲି କଟକଣା ହୋଇଥିଲା।

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଭୋଜିର ବଳକା ବାସି ଖାଦ୍ୟ ଖାଈ ମରି ଯାଇଥିଲେ ୨୦ ଗୋରୁ।

ଦେଶରୁ ୧୦୦୦ କୋଟି, ରାଜ୍ୟରୁ ୧୩୯ କୋଟି ଠକେଇ କରି ହେଜେକ୍ସ ଫଣ୍ଡ ଓଡ଼ିଶା ମୁଖ୍ୟ ପ୍ରତାପ ରାଉତ ଗିରଫ ହୋଇଥିଲା।

==================

ଆଜି ବିଶ୍ୱ ପରିସଂଖ୍ୟାନ ଦିବସ (Statistics)

ଆଜି ଜନ୍ମଦିନ: ଵୀରେନ୍ଦ୍ର ସେହ୍ଵାଗ, ନବଜ୍ୟୋତ ସିଂ ସିଦ୍ଧୁ, କମଲା ହାରିସ, ମନମୋହନ ଆଚାର୍ଯ୍ୟ (ଓଡ଼ିଆ କବି)

ଆଜି ତିରୋଧାନ: ଆସରାନି (ଅଭିନେତା)

ଇତିହାସରେ ଆଜି: (୧୫୬୮) ଚିତୋରଗଡ଼ ଆକ୍ରମଣ କଲା ଆକବର/ (୧୭୭୪) କଲିକତା ହେଲା ଭାରତର ରାଜଧାନୀ/ (୧୯୬୨) ଅରୁଣାଚଳ ସୀମାରେ ଚୀନର ଆକ୍ରମଣ/ (୧୯୯୧) ଉତ୍ତରକାଶୀ ରେ ଭୂକମ୍ପ, ୧୦୦୦ ମୃତ/ (୨୦୧୧) ଲିବିୟା ଶାସକ ମହମ୍ମଦ ଗଦ୍ଦାଫିଙ୍କୁ ଗତ୍ୟା/ (୧୮୨୦) ଫ୍ଲୋରିଡାର ଅଂଶକୁ ୫ ମିଲିୟନରେ ଆମେରିକାକୁ ବିକିଲା ସ୍ପେନ/ (୧୯୭୯) ସିଙ୍ଗାପୁରରେ ପ୍ରଥମ କାଉଣ୍ଟର ଖୋଲିଲା ମ୍ୟାକ ଡୋନାଲଡ଼

==================

*ବନ୍ଦେ ଉତ୍କଳ ଜନନୀ* 🪻🌻🪻