October 20, 2026

ମନ କିଣିନେଲେ ଜଗନ୍ନାଥପୁର ସରପଞ୍ଚ ସୁଶାନ୍ତ। ନିର୍ମାଣ କଲେ ଆଇ ଲଭ୍ ଜଗନ୍ନାଥପୁର

IMG-20261020-WA0003
Share

 

 

ତିର୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ସରପଞ୍ଚ ସୁଶାନ୍ତ କୁମାର ନାୟକ ଏକ ଲୋକାଭିମୁଖୀ କାର୍ଯ୍ୟ କରି ନିଜ ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇଛନ୍ତି । ନିଜ ଅଞ୍ଚଳକୁ ଭଲ ପାଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ” ଆଇ ଲଭ୍ ଜଗନ୍ନାଥପୁର ” ଲେଖି ସେଥିରେ ସୁନ୍ଦର ଲାଇଟ୍ ଲଗାଇବା ସହିତ ସେଠାରେ ବସି ଫଟୋ ଉଠାଇଲା ଭଳି ବ୍ୟବସ୍ଥା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ସରପଞ୍ଚ ସୁଶାନ୍ତ କୁମାର ନାୟକ ପଞ୍ଚାୟତ ର ବରିଷ୍ଠ ନାଗରୀକ, ବୁଦ୍ଧିଜୀବୀ , ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ଡ଼ାକି ତାଙ୍କରି ହାତରେ ଏହାକୁ ଉଦ୍ଘାଟିତ କରିଛନ୍ତି । ଖାଲି ସେତିକି ନୁହେଁ ପଞ୍ଚାୟତ ରେ କାର୍ଯ୍ୟରତ ମିଶନ ଶକ୍ତି ର ମହିଳାମାନେ ଓ ଯୁବପିଢୀ ମାନଙ୍କୁ ମଧ୍ୟ ସରପଞ୍ଚ ଏଥିରେ ତାଙ୍କୁ ସାମିଲ କରିଥିଲେ । ଏହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥିବାରୁ ଅନେକ ସମୟରେ ସେଲ୍ଫି ନେବାକୁ ସେଠାରେ ଭିଡ଼ ମଧ୍ୟ ଜମୁଛି । ପ୍ରାୟ ଦୁଇଲକ୍ଷ ଟଙ୍କା ରେ ନିର୍ମାଣ ହୋଇଥିବା ଆଇ ଲଭ୍ ଜଗନ୍ନାଥପୁର ଷ୍ଟାଣ୍ଟ ରେ ବିଭିନ୍ନ ରଙ୍ଗର ଲାଇଟ୍ ଲାଗିଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ବାସୀ ଓ ବାଟୋଇ ମାନଙ୍କ ପାଇଁ ବେଶ୍ ମନୋଲୋଭା ହୋଇଛି । ସରପଞ୍ଚ ଙ୍କ ଏହି କାର୍ଯ୍ୟ କୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି । ଏହି ଉଦ୍ଘାଟିତ ଉତ୍ସବରେ ପଞ୍ଚାୟତ ର ଶତାଧିକ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।