October 19, 2026

ବରପାଲି ଜଗନ୍ନାଥ ନଗର ଦୁର୍ଗାପୂଜା କମିଟି ପକ୍ଷରୁ କସରତ ପ୍ରତିଯୋଗତା ଆୟୋଜିତ 

IMG-20261019-WA0046
Share

 

ବରପାଲି – (ସୁଦାମ ଦୀପ ) ବରଗଡ ଜିଲ୍ଲା ବରପାଲି ସ୍ଥିତ ଜଗନ୍ନାଥ ନଗରର ୫୧ ତମ ଦୁର୍ଗାପୂଜା ଅବସରରେ ଗତକାଲି ଜଗନ୍ନାଥ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ଏକ କସରତ ପ୍ରତିଯୋଗୀତା ଅନୁଷ୍ଠିତ

ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦୁର୍ଗା ପୂଜା କମିଟିର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଂପାଦକ ଶ୍ରୀ ଜଦୁମଣି ତ୍ରିପାଠୀ, ଵିନୋଦ ପାତ୍ର , ଦାଶରଥି ମେହେର , ଟିକାୟତ ମହତ୍ତମ୍, ଗିରିଧାରୀ ପାଣିଗ୍ରାହୀ, ଓ ରବିନ୍ଦ୍ର ଭାଇ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ବାର୍ବେଲ୍ ଓ ମୁଦ୍‌ଗର ଖେଳକୁ ଶ୍ରୀ ବିଜୁ ମେହେର ଏବଂ ଶ୍ରୀ ଧର୍ମରାଜ ସିଂହ ବରିହା ସୁଚାରୁରୂପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜଗନ୍ନାଥ ନଗର କମିଟିର ଶ୍ରୀ କିଶୋର କୁଷ୍ଟା, ଶ୍ରୀ ରୋହିତ ବଢ଼ଲ, ଶ୍ରୀ ସଞ୍ଜୟ ଅଗ୍ରୱାଲ, ଶ୍ରୀ ଅଜିତ୍ ପ୍ରଧାନ, ଶ୍ରୀ ବଚ୍ଚନ ମେହେର, ଶ୍ରୀ ଅଜୟ ମାଝୀ, ଶ୍ରୀ ସମୀର ବଞ୍ଚୋର୍ ଓ ଶ୍ରୀ ବାବୁକୁ ରଥ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। କସରତ କେବଳ ଶାରୀରିକ ଶକ୍ତିର ପରିଚୟ ନୁହେଁ, ଏହା ଶୃଙ୍ଖଳା, ସାହସ, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ପ୍ରତୀକ। ଆମର ଏହି ପାରମ୍ପରିକ କ୍ରୀଡ଼ାକୁ ଉତ୍ସାହିତ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ଶାରୀରିକ ସୁସ୍ଥତାର ବାର୍ତ୍ତା ପ୍ରସାର କରିବା ହିଁ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।