ଆଜିର ଖବର..
ଆସନ୍ତା ୨୧ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।
ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ।
ଦୁର୍ଗାପୂଜାରେ ଦେଖିବାକୁ ମିଳିବ ରାଜନୈତିକ ଲଢେଇ, ମଣ୍ଡପ ବୁଲିବେ ନବୀନ ଓ ମୋହନ।
ପୂଜା ମଣ୍ଡପ ବୁଲିବା ବେଳେ ଷ୍ଟ୍ରିଟ୍ ଫୁଡ୍ ଖାଉଥିଲେ ସାବଧାନ। ବିଭିନ୍ନ ସ୍ଥାନରେ ବିଷାକ୍ତ ଓ ବାସୀ ଖାଦ୍ୟ ଜବତ।
କଟକରେ ୩୬ଟି ଚାନ୍ଦି ମେଢ଼ରେ ମା’ ଦୁର୍ଗା ଓ ମହାଦେବଙ୍କ ପୂଜା। ୯ଟି ମଣ୍ଡପରେ ମେଢ଼ ଓ ଅଳଙ୍କାରରେ ସୁନା ଲାଗିଛି।
କୋରାପୁଟ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବ ଆନ୍ଧ୍ର। ନଭେମ୍ବର ୩ରେ ଭୋଟ, ୫ରେ ଗଣତି। ଓଡିଶା ପ୍ରଶାସନ ନୀରବଦ୍ରଷ୍ଟା।
ଭଦ୍ରକ ଜିଲ୍ଲା ଧାମରାରେ ଜାହାଜ ନିର୍ମାଣ କାରଖାନା କାମ ଆରମ୍ଭ ହୋଇନି। ଜମି ଅଧିଗ୍ରହଣ ଅନିଶ୍ଚିତ ହୋଇଗଲାଣି।
କେନ୍ଦୁଝର ହାଟଡ଼ିହିରେ ବୈତରଣୀ କୂଳ ଜମି ଶୁଖିଲା, ଚାଷୀ ଚିନ୍ତାରେ।ଜଳସେଚନ ନାମରେ ବିପୁଳ ଖର୍ଚ୍ଚ ହୋଇଛି।
ବ୍ରହ୍ମପୁର ଏମ୍କେସିଜିରେ ଆଖି ବୁଜିଲା ୨ ମୁଣ୍ଡିଆ ଶିଶୁ, ୬ ଦିନର ସଂଘର୍ଷ ପରେ ମୃତ୍ୟୁ।
ପୁରୀର ବଳିଆପଣ୍ଡାରେ ଟିଭି କେବୁଲ ମରାମତି ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କେବୁଲ ଟିଭି ସଂସ୍ଥାର ଦୁଇ ବ୍ୟକ୍ତି ମୃତ। ସଂସ୍ଥାର ନାମ ଗୋପନୀୟ।
ପୁରୀରେ ବେଆଇନ ଟ୍ରାଭେଲ ଏଜେନ୍ସି ଉପରେ ଚଢ଼ାଉ, ୩୬ଜଣଙ୍କୁ ଥାନାକୁ ସମନ।
ଯାଜପୁର ଜିଲ୍ଲା କାଳିଆପାଣି ମାଙ୍କିଡ଼ିଆ ବସ୍ତି ମଝିରେ ମଦ, ହାଣ୍ଡିଆ ହାଟ ବସିବାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ।
କଟକ ବାଲିଯାତ୍ରା ତଳ ପଡ଼ିଆ ନଦୀପଠାରେ ଜଣେ ନାବାଳକଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି।
ଗଞ୍ଜାମ ଜିଲ୍ଲାରେ ରାସ୍ତାକଡ଼ରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର। ମୃତକ ବେଲଗୁଣ୍ଠା ଥାନାର ରମା ଶଙ୍କର ସ୍ୱାଇଁ।
ଢେଙ୍କାନାଳ ବନଖଣ୍ଡରେ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ମାମଲା, ୩ ଅଭିଯୁକ୍ତ ଗିରଫ।
ବଲାଙ୍ଗୀର କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ, ଆକ୍ରମଣରେ ଜଣେ ମୃତ, ପରିଚୟ ଅସ୍ପଷ୍ଟ।
ମୟୁରଭଞ୍ଜ କରଞ୍ଜିଆ ବିଲ ମଝିରେ ପଡିଛି ମୃତଦେହ, ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ।
ଭଦ୍ରକ ଷ୍ଟେସନ୍ ଭିତରେ ଟ୍ରେନ୍ ଆସିବାରୁ ସାମ୍ନାକୁ ଡେଇଁପଡ଼ିଲେ ଜଣେ ଯୁବକ। ମୃତକଙ୍କ ପରିଚୟ ଅସ୍ପଷ୍ଟ।
ରାଜଧାନୀରେ ବଡ଼ ଧରଣର ବ୍ୟାଟେରୀ ଚୋରିର ପର୍ଦ୍ଦାଫାଶ, କଳା ସ୍କର୍ପିଓ ସହ ୪ ଅଭିଯୁକ୍ତ ଗିରଫ।
🇳🇪
ଆଧାର ମୋବାଇଲ ଆପ୍ ରେ ମେଲ୍ ଆଇଡି ଅପଡେଟ୍ ସୁବିଧାକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ମାଗଣା କରାଯାଇଛି।
କକ୍ରୋଚ ପାର୍ଟିର ସୌରଭ ଦାସ ଓ ଆଶୁତୋଷଙ୍କ ମୁକ୍ତିରେ ବିଳମ୍ବ, ସରକାରଙ୍କୁ ଘେରିଲେ ଦୀପକେ।
ୟୁପି ବାରାଣସୀରେ ରାମଲୀଳା ବେଳେ ହାତୀର ଉନ୍ମତ୍ତ କାଣ୍ଡ, ମାହୁନ୍ତଙ୍କୁ କଚାଡ଼ିଲା।
ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା।
ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ଦାବି, ଦିଲ୍ଲୀ ଓ ଡେରାଡୁନ୍ରେ କଂଗ୍ରେସର ପ୍ରତିବାଦ।
ପଂଜାବର ସଂଗରୁର ଜିଲ୍ଲାରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଅନିୟନ୍ତ୍ରିତ କାର, ୯ ଜଣଙ୍କ ମୃତ୍ୟୁ।
ମୁମ୍ବାଇରେ ଅଭିନେତା ଟାଇଗର ଶ୍ରାଫ୍ଙ୍କ ଉପରକୁ ଗୁଳିମାଡ଼, ଅନେକ ଆହତ।
ନିର୍ବାଚନ କମିଶନର ନିଯୁକ୍ତିରେ ସଂସ୍କାର ଦାବି କଲେ ଜଗନ ରେଡ୍ଡୀ। ୨୦୨୩ ଇସି ଆଇନକୁ ସମର୍ଥନ କରିଥିବାରୁ କ୍ଷମା ମାଗିଲେ।
ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆରେ ମୁଖ୍ୟ ବିଚାରପତିଙ୍କୁ ନିମନ୍ତ୍ରଣକୁ ବିରୋଧ, ସମାବର୍ତ୍ତନରେ ୧୦୫ ଛାତ୍ର ଅନୁପସ୍ଥିତ।
ଟ୍ରେନରେ ରିଲସ ଦେଖିବା, ଗୀତ ଶୁଣିବା ଏବେ ପଡିବ ମହଙ୍ଗା। ସହାଯାତ୍ରୀଙ୍କୁ ଡିଷ୍ଟର୍ବ କଲେ ଲାଗିବ ଜୋରିମାନା।
ଇଥାନଲ ପାଇଁ ଚିନି ମହଙ୍ଗା। ନୀତି ପରିବର୍ତ୍ତନ କରିବେ କେନ୍ଦ୍ର ସରକାର, ଚିନିକୁ ଶସ୍ତା କରିବାକୁ ଚେଷ୍ଟା କରିବେ।
ଦରଦାମ ବୃଦ୍ଧିକୁ ନେଇ ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭ, ୫ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଲେ।
ସାଉଦି ଆରବରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ପରାମର୍ଶ ଜାରି କଲା ଭାରତୀୟ ଦୂତାବାସ।
ୟେମେନ ନିକଟରେ ସାଉଦି ଆରବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ଅଧିକାରୀ ମୃତ।
🏏⚽🚴🏾♂️
ରଣଜୀ ଟ୍ରଫିରେ ଓଡ଼ିଶା ବିପକ୍ଷରେ କେରଳ କଲା ୨୪୫/୬
ଫିନେଷ୍ଟା ଓପନ୍ ଜାତୀୟ ଟେନିସ ପ୍ରତିଯୋଗିତାରେ ହରିୟାଣାର ଖୁସି କାଡିଆନ୍ ତ୍ରିମୁକୁଟ ଜିତିଲେ।
କ୍ରିକେଟ୍ ସଂଘ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ପରେ ଅରୁଣାଚଳ ନିଜର ରଣଜୀ ଟ୍ରଫି ଖେଳ ଆରମ୍ଭ କଲା।
ଡାକ କ୍ରୀଡା ଜାତୀୟ ସ୍ତରରେ ୫ ଜଣିଆ ଓଡ଼ିଶା ଦଳର ସମସ୍ତ ବଡିବିଲ୍ଡର ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।
ଜାପାନରେ ଏସୀୟ ପାରା କ୍ରୀଡ଼ା ଉଦ୍ଘାଟିତ।
*ଗତବର୍ଷ ଏଇ ସମୟରେ*
ଜମି ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଅଂଚଳରୁ ଧାନ ଚୋରି ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।
ନେପାଳ ଓ ପଶ୍ଚିମବଙ୍ଗରୁ ଆସୁଥିବା ବ୍ରାଉନସୁଗାର ର ରାଣୀ ମହୁମାଛି ନାଁ ସାମ୍ନାକୁ ଆସିଲା, ଅନିତା ପରମଗୁରୁ।
=================
ଆଜି ଜନ୍ମଦିନ: ସଂଗ୍ରାମୀ ମାତାଙ୍ଗିନୀ ହାଜରା, ସନ୍ନି ଦେଓଲ, ପ୍ରିୟା ତେନ୍ଦୁଲକର, ନିର୍ମଳା ଦେଶପାଣ୍ଡେ, ଉମାଚରଣ ପଟନାୟକ (ଭଞ୍ଜନଗର)
