October 18, 2026

ମହାଅଷ୍ଟମୀରେ କାଳରାତ୍ରୀ ବେଶରେ ଦର୍ଶନ ଦେଲେ ମା’ ମଙ୍ଗଳା

IMG-20261018-WA0067
Share

 

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର) ଶାରଦୀୟ ଦୁର୍ଗାପୂଜାର ମହାଅଷ୍ଟମୀ ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଜଳିଆପଡ଼ା ଗ୍ରାମର ମାତୃଶକ୍ତି ପୀଠରେ ମା’ ମଙ୍ଗଳା କାଳରାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ପବିତ୍ର ଅବସରରେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳୁଛି।

ଅଭୟ ବରଦାୟିନୀ, କାକଟପୁର ବାସିନୀ ବିଜେ ମା’ ମଙ୍ଗଳାଙ୍କ ମହିମା ଅବର୍ଣ୍ଣନୀୟ। ମା’ଙ୍କ କୃପା ଓ ଆଶୀର୍ବାଦ ଲାଭ କରିବା ଆଶାରେ ଓଡ଼ିଶାର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁ ଜଳିଆପଡ଼ାସ୍ଥିତ ଏହି ମାତୃଶକ୍ତି ପୀଠକୁ ଆସିଥାନ୍ତି। ମା’ଙ୍କ ନିକଟରେ ମାନସିକ ପୂରଣ ଓ ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରି ଭକ୍ତମାନେ ପୂଜାର୍ଚ୍ଚନା କରନ୍ତି। ମହାଅଷ୍ଟମୀରେ ମା’ଙ୍କ କାଳରାତ୍ରୀ ବେଶ ଭକ୍ତମାନଙ୍କ ମନରେ ଭକ୍ତିଭାବ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ମାତୃଶକ୍ତି ପୀଠର ଧାର୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଛି।