October 18, 2026

ଦୁର୍ଗାପୂଜା ପାଇଁ ଅନୁଗୋଳରେ ଟ୍ରାଫିକ୍ କଟକଣା, ଅପରାହ୍ନ ୪ଟାରୁ ରାତି ୧୨ଟା ଯାଏଁ ଡା ଦୁର୍ଗାପୂଜା ପାଇଁ ଅନୁଗୋଳରେ ଟ୍ରାଫିକ୍ କଟକଣା, ଅପରାହ୍ନ ୪ଟାରୁ ରାତି ୧୨ଟା ଯାଏଁ ଡାଇଭର୍ସନ୍

IMG-20261018-WA0049
Share

 

 

 

 

ଅନୁଗୋଳ: ଦୁର୍ଗାପୂଜା ଅବସରରେ ଅନୁଗୋଳ ସହରରେ ଗାଡ଼ିମୋଟର ଓ ପଦଯାତ୍ରୀଙ୍କ ଭିଡ଼ ବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ଲାଗୁ କରାଯିବ। ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷିତ ଯାତାୟାତକୁ ସୁନିଶ୍ଚିତ କରିବା ପାଇଁ ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏହି କଟକଣା ଓ ରାସ୍ତା ପରିବର୍ତ୍ତନ ବ୍ୟବସ୍ଥା ବଳବତ୍ତର ରହିବ।

ଏହି ସମୟରେ ଭାରୀଯାନ ଚଳାଚଳ ଏବଂ ବଜାର ଅଞ୍ଚଳରେ ଯାନବାହନ ଚଳାଚଳ ଉପରେ କଟକଣା ରହିବ। ସେହିପରି ସହରର ପ୍ରମୁଖ ଛକଗୁଡ଼ିକରେ ଡାଇଭର୍ସନ୍ ବ୍ୟବସ୍ଥା କରାଯିବା ସହ ଶଙ୍କର ସିନେମା ରୋଡ୍‌ରେ ଏକମୁଖୀ ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରାଯିବ।

ପୂଜା ସମୟରେ ଯାତାୟାତକୁ ସୁଗମ ଓ ସୁରକ୍ଷିତ ରଖିବା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ନିଜ ଯାତ୍ରା ପୂର୍ବରୁ ଯୋଜନା କରିବା, ନିର୍ଦ୍ଧାରିତ ଡାଇଭର୍ସନ୍ ରାସ୍ତା ଅନୁସରଣ କରିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।

ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବା ସହ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଅନୁଗୋଳ ପୋଲିସକୁ ସହଯୋଗ କରିବାକୁ ସହରବାସୀଙ୍କୁ ଅନୁରୋଧ କରାଯାଇଛି।