October 17, 2026

ପ୍ଲାଟିନମ୍ ଜୁବଲି ବର୍ଷରେ ବିଜେପୁରରେ ଭବ୍ୟ ଦୁର୍ଗାପୂଜା ଭକ୍ତିମୟ ପରିବେଶ, ଯୋଗଦେଲେ ଜିଲ୍ଲାର ବିଧାୟକ ଗଣ 

IMG-20261017-WA0024
Share

 

 

ବରପାଲି : (ସୁଦାମ ଦୀପ )ବରଗଡ଼ ଜିଲ୍ଲା ବିଜେପୁରରେ ସାର୍ବଜନୀନ ଦୁର୍ଗାପୂଜାର ୭୬ତମ ବର୍ଷ ତଥା ପ୍ଲାଟିନମ୍ ଜୁବଲି ଅବସରରେ ଶାରଦୀୟ ନବଦୁର୍ଗା ପୂଜା ମହାସମାରୋହରେ ପାଳିତ ହେଉଛି। ମହାଳୟା ତିଥିରେ ପାରମ୍ପରିକ ବିଲ୍ୱବରଣ, କଳସ ଶୋଭାଯାତ୍ରା ଓ ଖଣ୍ଡାଧୂଆ ପର୍ବ ସହିତ ମା’ ଦୁର୍ଗାଙ୍କ ଆରାଧନା ଆରମ୍ଭ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ଭକ୍ତି, ଆସ୍ଥା ଓ ପରମ୍ପରାର ଅପୂର୍ବ ସମାଗମ ଦେଖିବାକୁ ମିଳିଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବାବେଳେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ବିଜେପୁରର ବିଧାୟକ ତଥା ଜମିଦାର ସନତ କୁମାର ଗଡ଼ତୀୟା ପୂଜାରେ କର୍ତ୍ତା ଦାୟିତ୍ୱ ତୁଲାଉଥିବାବେଳେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦେଇ ମା’ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭା ରେ ପୂଜା କମିଟିର ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଧାୟକଗଣ ଦ୍ୱାରା କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମରେ ଆଜି ଦୁଃଖିଶ୍ୟାମ ତ୍ରିପାଠୀ, ଶିବାନୀ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା।

ପରବର୍ତ୍ତୀ ସମୟରେ ପୂଜାମଣ୍ଡପରେ ବିଧିବିଧାନ ଅନୁଯାୟୀ ଜଗତଜନନୀ ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ପୂଜା ସମ୍ପନ୍ନ ହୋଇଥିଲା। ରାଜପୁରୋହିତ ଭାବରେ ଚଣ୍ଡୀପାଠକ କିଶୋର ଚନ୍ଦ୍ର ପୂଜାରୀ ଏବଂ ପୁସ୍ତକାଚାର୍ଯ୍ୟ ସୁରେନ୍ଦ୍ର ମହାପାତ୍ର ପୂଜାକର୍ମ ସମ୍ପାଦନ କରୁଛନ୍ତି। ପ୍ଲାଟିନମ୍ ଜୁବଲି ବର୍ଷରେ ଆୟୋଜିତ ଏହି ଦୁର୍ଗାପୂଜା ବିଜେପୁରର ଦୀର୍ଘଦିନର ଧାର୍ମିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଏକତାର ପ୍ରତୀକ ଭାବେ ପରିଚିତ ହୋଇଛି। ମା’ଙ୍କ ବିଭିନ୍ନ ବେଶ ଓ ପୂଜାବିଧି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଷଷ୍ଠ ଦିନରେ ମା’ ଦୁର୍ଗାଙ୍କ କାତ୍ୟାୟନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

You may have missed