October 17, 2026

ଶିଶୁ ଓ କିଶୋର ଶ୍ରମିକ ନିୟନ୍ତ୍ରଣ ଓ ନିରାକରଣକୁ ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

IMG-20261016-WA0014
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଶିଶୁ ଓ କିଶୋର ଶ୍ରମିକ ନିୟନ୍ତ୍ରଣ ଓ ଏହାର ନିରାକରଣ ସଚେତନତାକୁ ନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଭା କକ୍ଷରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶାନ୍ତ ସିଂ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମୁକ୍ତି କୁମାର କୁଲ୍ଲୁ, ପ୍ରଭାଗୀୟ ଶ୍ରମ ଆଯୁକ୍ତ ପରିମିତା ମିଶ୍ର, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲଷ୍ମୀ ନାୟକ, ଜିଲ୍ଲା ସମାଜ ମଙ୍ଗଳ କାର୍ୟାଳୟ ଅଧିକାରୀ ଗଣଙ୍କ ସହ ବଣିକ ସଂଘ, ହୋଟେଲ ମାଲିକ ସଂଘ ଓ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ସୌମ୍ୟରଞ୍ଜନ କର ଦ୍ୱାରା ବୈଠକ ପରିଚଳନା ପୂର୍ବକ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତକୁ କିପରି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ତଥା ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଶିଶୁ ଶ୍ରମ ଅଧି ନିୟମ ଅନୁଯାୟୀ ସଠିକ କାର୍ଯ୍ୟ କରିବାର ନିୟମାବଳୀ ଉପରେ, ଉପସ୍ଥିତ ଅଧିକାରୀଗଣ ଓ କର୍ମକର୍ତ୍ତାଙ୍କ ସହ ବିଶଦ ଭାବରେ ଆଲୋଚନା ହୋଇଥିଲା। ଏଥିସହ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଦ୍ୱାରା ଚଉରାଳିଶ ଦିନିଆ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ସ୍ୱତନ୍ତ୍ର ଅଭିଯାନ ଉପରେ ମଧ୍ୟ ଆଲୋଚନା କରାଯିବା ସହ ଏହାର ପ୍ରମୁଖ ଉଦ୍ଦେଶ୍ୟ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ନେଇ କାର୍ଯ୍ୟରତ ଶିଶୁ ଓ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ କୁ ଆଣିବା ସହ ସେମାନଙ୍କ ଶିକ୍ଷାର ଅଧିକାର ସୁନିଶ୍ଚିତ କରିବା, ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଓ ସୁରକ୍ଷିତ ଭବିଷ୍ୟତ ଗଠନ କରବା ସକାଶେ ସମ୍ପୃକ୍ତ ବିଭାଗ ଉପରେ ବିଶେଷ ଭାବରେ ଗରୁତ୍ୱାରାପ କରାଯିବା ସହ ବୈଠକରେ ଉପସ୍ଥିତ ବଣିକ ସଂଘ, ହୋଟେଲ ମାଲିକ ସଂଘ ଓ ଅନ୍ୟ କାର୍ଯ୍ୟ ସଂସ୍ଥାନ ଗୁଡିକୁ ଏଥିରେ ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ବୈଠକର ଶେଷରେ ଭବାନୀପାଟଣା ସହ ଶ୍ରମ ଅଧିକାରୀ ଜିତେନ୍ ମାଝୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।