October 17, 2026

କୋରାପୁଟରେ ସୌର ସଚେତନତା ରଥର ଶୁଭାରମ୍ଭ ସ୍ୱଚ୍ଛ ଶକ୍ତିର ବ୍ୟବହାର ଓ ସୌର ଶକ୍ତି ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ

IMG-20261015-WA0055
Share

 

କୋରାପୁଟ, ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ସୌର ଶକ୍ତିର ଉପକାରିତା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲାରେ ସୌର ସଚେତନତା ରଥର ଶୁଭାରମ୍ଭ କରାଯାଇଛି। କୋରାପୁଟ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ।

ଏହି ରଥ ମାଧ୍ୟମରେ ଲୋକଙ୍କୁ ସୌର ଶକ୍ତିର ଉପଯୋଗିତା, ନବୀକରଣଯୋଗ୍ୟ ଶକ୍ତିର ଗୁରୁତ୍ୱ ଏବଂ ପରିବେଶ ସୁରକ୍ଷାରେ ସ୍ୱଚ୍ଛ ଶକ୍ତିର ଭୂମିକା ସମ୍ପର୍କରେ ସଚେତନ କରାଯିବାର ଲକ୍ଷ୍ୟ ରହିଛି।

ବର୍ତ୍ତମାନ ସମୟରେ ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା କମାଇବା ସହ ପ୍ରଦୂଷଣ ହ୍ରାସ ଏବଂ ପରିବେଶର ସନ୍ତୁଳନ ରକ୍ଷା କରିବାରେ ସୌର ଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଘରୋଇ ଓ ବିଭିନ୍ନ ଅନୁଷ୍ଠାନରେ ସୌର ଶକ୍ତିର ବ୍ୟବହାର ବୃଦ୍ଧି ପାଇଲେ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସହାୟତା ମିଳିପାରିବ। ଏହି ସଚେତନତା ରଥ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସୌର ଶକ୍ତିର ବ୍ୟବହାର ନେଇ ଆଗ୍ରହ ବୃଦ୍ଧି ପାଇବା ସହ ସ୍ୱଚ୍ଛ ଓ ପରିବେଶ ଅନୁକୂଳ ଶକ୍ତି ଆପଣାଇବାକୁ ଲୋକେ ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି।

ଗୁପ୍ତେଶ୍ୱର ରଥ, କୋରାପୁଟ