October 15, 2026

କାଲଦାପଲ୍ଲୀ ଠାରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ

IMG-20261015-WA0032
Share

 

 

ପଡିଆ, ୧୪/୧୦ : ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧୀନସ୍ଥ କାଲଦାପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ପଡିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରୁ କ୍ଳଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ କୃତି ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ବକ୍ତୃତା, ଭାଷା ଲିଖିନ, ସଙ୍ଗୀତ ଗାନ, ନୃତ୍ୟ ଓ ବିଭିନ୍ନ ନାଟକ ପ୍ରଦର୍ଶନ କରିଥିଲେ। ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମ ପ୍ରଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହ ପିଲାଙ୍କ ମଧ୍ୟରେ ରହିଥିବା ପ୍ରତିଭାର ଉନ୍ମୋଚନ କ୍ଷେତ୍ରରେ ସୁରଭୀ କାର୍ଯ୍ୟକ୍ରମର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି। ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ଵପ୍ନେଶ୍ଵର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି, ସମ୍ମାନିତ ଅତିଥି ଭାବେ ପଡିଆ ବ୍ଲକ ସାଂସଦଙ୍କ ପ୍ରତିନିଧି ପି ଭେଙ୍କେଟେଶ୍ୱର ରାଓ, ସ୍ଥାନୀୟ ସରପଞ୍ଚ ସରିତା କୁଞ୍ଜାମୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ଜେନା, କମାରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ପୋଦ୍ଦାର, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୀତାରାମ ମାଡି, କାଲଦାପଲ୍ଲୀ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ ଓ ସ୍କୁଲ କମିଟି ସଭାପତି ବିନୟ ମଣ୍ଡଲ ପ୍ରମୁଖ ଉପସ୍ଥିତ ଥିଲେ।