October 15, 2026

ଫୁଟବଲ୍ ଖେଳାଳି ନବୀନ କୁମାର ମେହେର ଙ୍କ ପରଲୋକ 

IMG-20261015-WA0034
Share

 

 

ବରପାଲି ,୧୩-୧୦(ସୁଦାମ ଦୀପ) ବରପାଲି ଅଞ୍ଚଳର ଜଣା ଶୁଣା ଫୁଟବଲ୍ ଖେଳାଳି ତଥା ଆ ପୂର୍ବତନ ଶିକ୍ଷକ ନବୀନ କୁମାର ମେହେର (୭୨)ଙ୍କ ଆଜି ପରଲୋକ ହୋଇ ଯାଇଛି

ସ୍ୱର୍ଗତ ମେହେର ଜଣେ ଜଣାଶୁଣା ଫୁଟବଲ୍ ଖେଳାଳି ଥିଲେ । ସମ୍ବଲପୁର ମେହେର ଆସୋସିଆନ ଫୁଟବଲ ଦଳର ସେ କ୍ୟାପଟେନ୍ ମଧ୍ୟ ଥିଲେ। ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଫୁଟବଲ୍ ଦଳ ସେ ଜଡ଼ିତ ଥିଲେ। ବରପାଲି ଏନ୍ ଏ ସି ହାଇସ୍କୁଲ ରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ। ଆଜି ବରଗଡ଼ ର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହୋଇଛି। ତାଙ୍କ ମର ଶରୀରକୁ ବରପାଲି ସ୍ଥିତ ବାସ ଭବନ କୁ ଅଣାଯିବା ପରେ ବରପାଲି ସ୍ୱର୍ଗଦ୍ୱାର ଠାରେ ତାଙ୍କ ଅନ୍ତେଷ୍ଟ୍ରି କ୍ରିୟା କରାଯାଇଥିଲା । ତାଙ୍କ ଜେଷ୍ଠ ପୁତ୍ର ବୈଦ୍ୟନାଥ ମୁଖାଗ୍ନି ଦେଇଥିଲେ ।ସ୍ୱର୍ଗତ ମେହେରଙ୍କ ଏହି ପରଲୋକ ସମ୍ବାଦ ପାଇ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କିଶୋର ଦଫାଦାର ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି କ୍ରୀଡ଼ାବିତ୍ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ ।