October 13, 2026

ପୁରୀରେ ଶ୍ରୀକ୍ଷେତ୍ର ଟ୍ୟାଲେଣ୍ଟ ଫେଷ୍ଟ : 2026 ର ( ତୃତୀୟ ସୋପାନ ) ଅନୁଷ୍ଠିତ ..

IMG-20261012-WA0017
Share

 

-ଶ୍ରୀକ୍ଷେତ୍ର, ପୁରୀ ଆଜି ଶ୍ରୀକ୍ଷେତ୍ର ଟ୍ୟାଲେଣ୍ଟ ଫେଷ୍ଟ : 2026 ( ତୃତୀୟ ସୋପାନ )ମହା ସମାରୋହରେ ପୁରୀ ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ନୃତ୍ୟ ଗୀତ, ଚିତ୍ରାଙ୍କନର ତ୍ରିବେଣୀ ସଙ୍ଗମରେ ଓଡିଶାର ବହୁ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ଏବଂ ଇଛୁକ ପ୍ରତିଯୋଗୀ ଯୋଗଦାନ କରି ନିଜ ନିଜର କଳା କୃତି ପ୍ରଦର୍ଶନ କରିଥିଲେ ଓ ପୁରସ୍କାର ଉପସ୍ଥିତ ଅତିଥି ମାନଙ୍କଠାରୁ ଗ୍ରହଣ କରିଥିଲେ l

ବିନାୟକ ଇଂଲିଶ ମିଡିୟମ ସ୍କୁଲର ଶାଖା ଭାବରେ ବିନାୟକ ଆର୍ଟ ଆଣ୍ଡ ଡ୍ୟାନ୍ସ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ହେଇଥିବା ଏହି ପ୍ରତିଯୋଗିତାର ତିନିଗୋଟି ପର୍ଯ୍ୟାୟରେ ମୁଖ୍ୟ ସହଭାଗିତା ଦେଇଥିଲେ ପୁରୀର ପୂର୍ବତ୍ତନ ବିଧାୟକ ଶ୍ରୀ ଜୟନ୍ତ ଷଡ଼ଙ୍ଗୀ, ପ୍ରଥମ ପର୍ଯ୍ୟାୟର ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସିନେ ତାରକା, ଗୀତି କବି ଶ୍ରୀ ତୋଫାନ ଜେନା ଏବଂ ତୃତୀୟ ପର୍ଯ୍ୟାୟ ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ଦଳର ଜାତୀୟ କାର୍ଯ୍ୟକାରିଣୀ କମିଟି ସଭ୍ୟ ତଥା ପୁରୀ ଶ୍ରୀମନ୍ଦିରର ସିଂହାରୀ ସେବାୟତ ଓ ପରିଚାଳନା କମିଟି ସଭ୍ୟ ଶ୍ରୀ ମଧୁସୂଦନ ସିଂହାରୀ ଯୋଗଦେଇ ଥିଲେ l ଉପସ୍ଥିତ ଆଧୁନିକ ନୃତ୍ୟର ବିଚାରକ ଶ୍ରୀ ବିନାୟକ ଦାସ, ମୃତ୍ୟଞ୍ଜୟ ବାରିକ, ଶାସ୍ତ୍ରୀୟ ନୃତ୍ୟର ବିଚାରକ ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ,ସୁଶ୍ରୀ ସବିତା ପଣ୍ଡା ଓ ଚିତ୍ରକଳାରେ ଶ୍ରୀମତୀ ସ୍ଵର୍ଣ୍ଣଲତା ତ୍ରିପାଠୀ, ସୁଶ୍ରୀ ରଶ୍ମେସ୍ୱରୀ ପାଣିଗ୍ରାହୀ ଏବଂ ସଂଗୀତରେ ସୁଶ୍ରୀ ସାବିନା ସୁଲତାନା ନିଜ ନିଜର କୃତି ପ୍ରତିଯୋଗୀ ମାନଙ୍କର ନାମ ଘୋଷଣା କରିବା ପରେ ସେମାନଙ୍କୁ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ତିନୋଟି ପର୍ଯ୍ୟାୟରେ ଶ୍ରୀ ପ୍ରଭାତ ରଥ, ଅନ୍ନପୂର୍ଣ୍ଣା ଦେବୀ, ଶ୍ରୀମତୀ ପ୍ରତିଭା ଦାଶ, ଶ୍ରୀମତୀ ସ୍ଵର୍ଣ୍ଣଲତା ତ୍ରିପାଠୀ, ଡ଼କ୍ଟର ଶ୍ରୀ ବିଭୁଦତ୍ତ ମହାନ୍ତି, ମଞ୍ଜୁଶ୍ରୀ ମିଶ୍ର, ଶ୍ରୀ ସଦାଶିବ ମିଶ୍ର, ଶ୍ରୀମତୀ ମିନତୀ ମିଶ୍ର, ଶ୍ରୀ ପ୍ରକାଶ କୁମାର ଖଟୋଇ, ଶ୍ରୀ ଭଗବାନ ସୁଆର, ଶ୍ରୀ ଉମାକାନ୍ତ ନାୟକ, ଶ୍ରୀମତୀ ବୈଦେହୀ ପ୍ରିୟା ଚାନ୍ଦ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଶିଶୁ କିଶୋର ମାନଙ୍କର ମାନସିକ ଏବଂ ବୌଦ୍ଧିକ ବିକାଶରେ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତାର କେତେଦୂର ଆବଶ୍ୟକ ରହିଛି ଉଦାହରଣ ସହିତ ପ୍ରକାଶ କରିଥିଲେ l

ପରିଶେଷରେ ସମସ୍ତ ଅତିଥି ଓ ଅଭିଭାବକ ମାନେ ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା ସିହ୍ନାଙ୍କ ଶୃଙ୍ଖଳିତ ପରିଚାଳନା ଓ ପ୍ରତିଯୋଗୀ ମାନଙ୍କ ପ୍ରତି ଥିବା ତାଙ୍କର ଅତୁଳ ଶ୍ରଦ୍ଧା ଓ ଶୁଭେଚ୍ଛାର ନିରନ୍ତର ପ୍ରଭାବ ରହିବ ବୋଲି ମତବ୍ୟକ୍ତ କରିଥିଲେ, ତତ ସହିତ ଆଗାମୀ ବର୍ଷମାନଙ୍କରେ ଏହିପରି କାର୍ଯ୍ୟକ୍ରମ ଜାରି ରଖିବାପାଇଁ ଅନୁରୋଧ କରିବା ସହିତ ଅନୁଷ୍ଠାନର ଉତରୋତ୍ତର ଉନ୍ନତି କାମନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed