October 9, 2026

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି-୨୦୨୬ ଅନୁଷ୍ଠିତ

IMG-20261009-WA0069
Share

 

 

ଖଇରା ( ଦେବାଶିଷ ଦାଶ )

 

ବାଲେଶ୍ଵର ଜିଲ୍ଲା ଖଇରା ବିଇଓ ଅଧିନ କୁପାରି କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ଗଡପୋଖରୀ ଉପ୍ରା ବିଦ୍ୟାଳୟ ପରିସରରେ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଏବିଇଓ ଲକ୍ଷ୍ମୀଧର ସିଂ ଯୋଗଦେଇ ଉଦଘାଟନ କରିଥିଲେ । କୁପାରି କ୍ଲଷ୍ଟର ସିଆରସିସି ଅଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ସଭାରେ ମୁଖ୍ୟବକ୍ତା ଭାବେ କୁପାରି ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେଶ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଡପୋଖରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମୁର୍ମୁ, ଗେଙ୍ଗୁଟିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଦକ୍ଷିଣରାୟ, ଅବସରପ୍ରାପ୍ତ କର୍ମଚାରୀ ସଂଘ, କୁପାରି ଶାଖାର ସମ୍ପାଦକ ଶତୃଘ୍ନ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରେଶ ପ୍ରସାଦ ଦକ୍ଷିଣରାୟ, ତପନ କୁମାର ବେହେରା, ମହେନ୍ଦ୍ର ନାଥ ମାଝୀ, ପୁଷ୍ପଲତା ଯାଦବ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ, ମା’ ବାସନ୍ତୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମକାନ୍ତ ସିଅ, ମା’ ଅମ୍ବିକା ଉଚ୍ଚ ବିଦ୍ୟାଳୟ, ସିମୁଳିଆର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମାଳା ସାହୁ ଏବଂ ପରିଚାଳନା କମିଟିର ସଭାପତି ଯୋଗେନ୍ଦ୍ର ମହାକୁଡ଼ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ

ରଖିଥିଲେ । ସେହିପରି ଦ୍ବିତୀୟ ଅଧିବେଶନ ଉଦଯାପନୀ ଓ ପୁରସ୍କାର ବିତରଣର ସଭା ଥିଲା. ଉକ୍ତ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶତୃଘ୍ନ ଦାସ, ମୁଖ୍ୟବକ୍ତା ଭାବେ ପୂର୍ବତନ ସିଆରସିସି ରଘୁନାଥ ଦଳେଇ, ସମ୍ମାନିତ ଅତିଥି ଭାବେ ବାରାଯୋଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜଗନ୍ନାଥ ମହାପାତ୍ର, ଶରତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟକୃଷ୍ଣ ମହାପାତ୍ର, ସଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ମଲ୍ଲିକ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାରେ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରତ୍ନମଣି ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସଇଁ ଉପ୍ରା ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ସେଠୀ । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି । ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ସୁରଭି-୨୦୨୬ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।