October 9, 2026

ଉମରକୋଟ ବ୍ଲକ ଅନ୍ତର୍ଗତ କେଶରୀବେଡ଼ାରେ ‘ସୁରଭି-୨୦୨୬’ ମହୋତ୍ସବ ୧୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ……

IMG-20261009-WA0066
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କେଶରୀବେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ କୋପେନା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷା ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହର ସହ ପାଳିତ ହୋଇଯାଇଛି। ଏଥିରେ ୧୬ଟିବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦୁର୍ଗା ପ୍ରସନ୍ନ ନାୟକ ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାଭିତ୍ତିକ ଓ ସାଂସ୍କୃତିକ ପ୍ରତିଯୋଗିତା ହୋଇଥିଲା। ଏଫ୍‌ଏଲ୍‌ଏନ୍‌ ଗଣିତ ଦୌଡ଼ରେ କୋପେନା ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରୀ ସାଗରିକା ଗଣ୍ଡ ପ୍ରଥମ ହୋଇଥିଲେ। ସାଂସ୍କୃତିକ ପ୍ରତିଯୋଗିତାରେ ତାରାଗାଁ ପ୍ରଥମ, ଲେଙ୍ଗଡ଼ାଗୁଡ଼ା ଦ୍ୱିତୀୟ ଓ ଷୋଡ଼ାପାରା ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶିକ୍ଷକ ବୀରସିଂ ପରଜା, କ୍ଷୀରୋଦ କୁମାର ମାଝୀ ଓ ସତ୍ୟ ଶେଖର ନାଏକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମୂହ ଢେମ୍‌ସା ନୃତ୍ୟ ଉତ୍ସବକୁ ଆକର୍ଷଣୀୟ କରିଥିଲା। ବୀରସିଂ ପରଜା ଧନ୍ୟବାଦ ଅର୍ପଣ କରିଥିଲେ।