October 9, 2026

ଖୋର୍ଦ୍ଧା ପିଏନ୍ କଲେଜ ନିକଟରେ ପୋଲିସ ଗାଡ଼ିରେ ଏବିଭିପି ପତାକା କୁ ନେଇ ଚର୍ଚ୍ଚା ବିଭିନ୍ନ ମହଲରେ ଚର୍ଚ୍ଚା 

IMG-20261009-WA0064
Share

 

ଖୋର୍ଦ୍ଧା(ସୁଧାଂଶୁ ଶେଖର ପରିଡା ): ଖୋର୍ଦ୍ଧାସ୍ଥିତ ପ୍ରାଣନାଥ (ପିଏନ୍) କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଚାଲିଥିବା ବେଳେ ଏକ ଅଭାବନୀୟ ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ପୋଲିସ ଗାଡ଼ିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପତାକା ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି।ଛାତ୍ର ସଂସଦ ନିର୍ବାଚନ ଭଳି ଏକ ସମ୍ବେଦନଶୀଳ ସମୟରେ ପୋଲିସ ଗାଡ଼ିରେ ଏକ ଛାତ୍ର ସଂଗଠନର ପତାକା ଦେଖିବାକୁ ମିଳିବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି କରିଛି। ନିର୍ବାଚନ ସମୟରେ ପୋଲିସ ପ୍ରଶାସନର ନିରପେକ୍ଷତା ଓ ନିର୍ବାଚନୀ ପରିବେଶକୁ ନେଇ ଏହି ଘଟଣା ଆଲୋଚନାର ବିଷୟ ପାଲଟିଛି।

ତେବେ ପୋଲିସ ଗାଡ଼ିରେ ଏହି ପତାକା କେଉଁ ପରିସ୍ଥିତିରେ ଲାଗିଥିଲା, ଏହା ପଛରେ କୌଣସି ବିଶେଷ କାରଣ ରହିଛି କି ଏବଂ ଏ ସମ୍ପର୍କରେ ପୋଲିସ ପ୍ରଶାସନର ଆଭିମୁଖ୍ୟ କ’ଣ, ତାହା ଜଣାପଡ଼ିନାହିଁ। ଏ ନେଇ ପୋଲିସ ପ୍ରଶାସନର ଆଧିକାରିକ ପ୍ରତିକ୍ରିୟା ମିଳିବା ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହୋଇପାରିବ।