October 9, 2026

ପିପୁଲ୍ସ କଲେଜ ଛାତ୍ର ସଂସଦ ନିର୍ବାଚନ, ୧୭ଟି ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ , ୫ଟି ପଦବୀ ପାଇଁ ନାମାଙ୍କନ ଶୂନ 

IMG-20261009-WA0053
Share

 

ବୁଗୁଡା : ତା ୦୯/୧୦/୨୬ : ( ହର ପ୍ରସାଦ ପାଢି) ଦୀର୍ଘ ୮ ବର୍ଷର ବ୍ଯବଧାନରେ ହେବାକୁ ଯାଉଥିବା ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ସ୍ଥାନୀୟ ପିପୁଲ୍ସ କଲେଜରେ ମୋଟ ୨୨ଟି ପଦବୀ ମଧ୍ୟରୁ ୧୭ଟି ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୫ଟି ପଦବୀ ପାଇଁ କେହି ହେଲେ ପ୍ରାର୍ଥୀପତ୍ର ଦାଖଲ କରିନଥିବା ନେଇ କଲେଜର ନିର୍ବାଚନ ପରିଚାଳନା କମିଟି ପକ୍ଷରୁ ପ୍ରକାଶ ପାଇଛି। ଛାତ୍ର ସଂସଦ ନିର୍ବାଚନରେ ସଂଗ୍ରାମ ଦାସ -ସଭାପତି, ସେଫାଳି ପାତ୍ର-ଉପସଭାପତି, ଶୁଭମ୍ ଦଳେଇ-ସମ୍ପାଦକ, ସଂଗ୍ରାମ ବେହେରା-ସହସମ୍ପାଦକ, ଓମ୍ ଭୂୟାଁ-ଶ୍ରେଣୀ ପ୍ରତିନିଧି (ଦ୍ବିତୀୟ ବର୍ଷ କଳା), ଅଜୟ ନାଇକ-କ୍ରୀଡା ସମ୍ପାଦକ, ଦେବାଶିଷ ପ୍ରଧାନ-ଓଏସ୍ଏସ୍ ସମ୍ପାଦକ, ମନିଶାରାଣୀ ପୋଲାଇ-ସାଇନ୍ସ ଆସୋସିଏସନ ସେକ୍ରେଟାରୀ, ସୁମିତ୍ କୁମାର ବିଷୋୟୀ-କଲେଜ ମାଗାଜିନ୍ ପ୍ରତିନିଧି, କାହ୍ନୁ ଚରଣ ଗୌଡ-ବଏଜ୍ କମନ ରୁମ୍ ପ୍ରତିନିଧି, କରିସ୍ମା ନାୟକ-ଗାର୍ଲସ୍ କମନ୍ ରୁମ୍ ପ୍ରତିନିଧି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସେମାନେ ସମସ୍ତେ ଅପ୍ରତିଦ୍ୱନ୍ଦୀ ହୋଇଛନ୍ତି। ଅନ୍ୟପକ୍ଷରେ +୩ ବିଜ୍ଞାନ ଓ କଳା ଉଭୟ ବିଭାଗର ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷ ହିସାବରେ ୬ଟି ଶ୍ରେଣୀ ପାଇଁ ପ୍ରତିନିଧି ପଦବୀ ରହିଥିଲା ବେଳେ କେବଳ ଦ୍ବିତୀୟ ବର୍ଷ କଳାର ଶ୍ରେଣୀ ପ୍ରତିନିଧି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି। ତେବେ ଛାତ୍ର ସଂସଦର ଏ ସମସ୍ତ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଅଖିଳ ଭାରତ ବିଦ୍ଯାର୍ଥୀ ପରିଷଦର ବୋଲି ଜଣାଯାଇଛି।