May 24, 2025

ପାବନ ଶ୍ରୀକ୍ଷେତ୍ର ଗୁମୁଡ଼ା ଠାରେ ରଥଯାତ୍ରା ପାଳିତ

Share

ପାବନ ଶ୍ରୀକ୍ଷେତ୍ର ଗୁମୁଡ଼ା ଠାରେ ରଥଯାତ୍ରା ପାଳିତ

 

ରାମନାଗୁଡା, ପବିତ୍ର ଆଷାଢ଼ ଶୁକ୍ଳ ଦ୍ଵିତୀୟା ଅବସର ରେ ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ସ୍ଥିତ ପାବନ ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଳିତ ହୋଇଯାଇଛି।ପ୍ରଥମେ ମନ୍ଦିର କର୍ତ୍ତା ରାଧାକୃଷ୍ଣ ପାଣିଗ୍ରାହୀ ଙ୍କ ଓ ପୁରୋହିତ ଅଜିତ୍ ମିଶ୍ର ଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଥିଲା।ପରେ ସ୍ଥାନୀୟ ଲିମାପଦର ର ପ୍ରପନ୍ନ ତ୍ରିପାଠୀ ଙ୍କ ନେତୃତ୍ୱରେ ସଂକୀର୍ତ୍ତନ କରାଯାଇଥିଲା।ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରା ଓ ଶେଷରେ ବଡ଼ ଠାକୁର ଜଗନ୍ନାଥ ଙ୍କ ପହଣ୍ଡି ବିଜେ କରାଯାଇଥିଲା। ପରେ ବିଧି ମୁତାବକ ରାଧାକୃଷ୍ଣ ପାଣିଗ୍ରାହୀ ଛେରା ପହଁରା କରିଥିଲେ।ଏହା ପରେ ହଜାର ହଜାର ଭକ୍ତ ଙ୍କ ଗହଣ ରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରତିବର୍ଷ ଭଳି ମାଉସୀ ମା ମନ୍ଦିର ନିକଟରେ ପୋଡପିଠା ଭୋଗ ଲାଗି ହୋଇଥିଲା।ପ୍ରମୋଦ ତ୍ରିପାଠୀ, ସସ୍ମିତା ମିଶ୍ର ବୃନ୍ଦାବନ ପତି ଧାରା ବିବରଣୀ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସଂଜୟ,ପୂର୍ଣ୍ଣ,ଧବଳେଶ୍ଵର ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଭକ୍ତ ଙ୍କ ସୁରକ୍ଷା ଓ ଶଙ୍ଖଳିତ ରଥଯାତ୍ରା ସମ୍ପାଦନ ପାଇଁ ଗୁମୁଡ଼ା ଫାଣ୍ଡି ଅଧିକାରୀ ବସନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଅଧିକାରୀ ଜଗନ୍ନାଥ ରାଓ ଙ୍କ ସମେତ ବିଭାଗୀୟ କର୍ମଚାରୀ ନିୟୋଜିତ ହୋଇଥିଲେ।ପ୍ରଭୁଙ୍କ ରଥଯାତ୍ରା ରେ ସ୍ଥାନୀୟ ଅଞ୍ଚଳ ରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।

ରିପୋର୍ଟ ରାକେଶ କୁମାର ବେହେରା

You may have missed