November 25, 2024

ଗ୍ରୀଷ୍ମ କାଳିନ ପ୍ରଶିକ୍ଷଣ ଶିବିର

Share

ଗ୍ରୀଷ୍ମ କାଳିନ ପ୍ରଶିକ୍ଷଣ ଶିବିର
————————————-
ଗଞ୍ଜାମ :
ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ପୋଡ଼ମପେଟା ଓ ଡ଼ି ଆର ପି କଲୋନୀରେ ଭିୟୁଷ ଅନୁଷ୍ଠାନ ପକ୍ଷରୁ ଭିୟୁଷ ଡିଜିଟାଲ ଲଟରାରୀ ସେଣ୍ଟରରେ ଏକ ଛଅ ଦିନିଆ ଗ୍ରୀଷ୍ମ କାଳିନ ପ୍ରଶିକ୍ଷଣ ଶିବିର ର ଉଦଘାଟିତ ହୋଇଯାଇଛି l ଉକ୍ତ ଶିବିରକୁ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରାଧାନ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ସ୍ୱତନ୍ତ୍ର ଅତିଥିଭାବେ ଭାବେ ଓଡିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ଯୋଗଦେଇ ଶିବିର ରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ଏକାଗ୍ରତା ଓ କଠିନ ପରିଶ୍ରମ ଦ୍ୱାରା ଲକ୍ଷ ସ୍ଥଳରେ ପହଞ୍ଚି ଏକ ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟଵକ୍ତା ଭାବେ ୟୁଥ ଫର ଭିଲେଜ ପ୍ରତିଷ୍ଟାତା ତଥା ବିଶିଷ୍ଟ ସମାଜସେବୀ ଡ଼ି. ଦେବହରି ରେଡି ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷତ କାମନା କରିଥିଲେ l ଅନୁଷ୍ଠାନ ର ମୁଖ୍ୟ ଙ୍କ ଏସ. ଭୀମାରାଓ ପୌରୋହିତ ରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ମୁଖ୍ୟ ଜେ. ଟିଟୁ ଙ୍କ ତତ୍ୱାବାଧାନରେ ଉଦଘାଟନି ଉତ୍ସବ ଆୟୋଜିତ ହୋଇଥିଲା l ଅନୁଷ୍ଠାନର ସଂଯୋଜିକା ସି ଏଚ ପଦ୍ମିନୀ ଶିବିର ରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ସଭାପତି ସି ଏଚ ତାତେୟା, ବି. ଶିବ ଶଙ୍କର, ଗ୍ରାମ୍ୟ ଭଦ୍ରବ୍ୟକ୍ତି ସୀତାରାମ ପ୍ରମୁଖ ମଞ୍ଚାସିନ ରହିଥିଲେ l ସ୍ଥାନୀୟ ଅଂଚଳର 50ଜଣ ଶିବିରାର୍ଥି ପ୍ରଶିକ୍ଷଣ ନେଉଛନ୍ତି l କେରିୟର କାଉନସିଲିଙ୍ଗ, ଲାଇଫ ସ୍କିଲ, ଜୁନିୟର ଟିଚର ଟ୍ରେନିଙ୍ଗ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ଆୟୋଜକ ପ୍ରକାଶ କରିଛନ୍ତି l