November 24, 2024
Share

*ଖବର ଆଜିର*

ତାରିଖ ୨୦/୦୬/୨୦୨୩ ମଙ୍ଗଳବାର ।

 

ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା।

 

ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣର ବ୍ୟବସ୍ଥା ।

 

‘ଆଦିପୁରୁଷ’ ଲେଖକଙ୍କୁ ମିଳିଲା ସୁରକ୍ଷା, ଡାଇଲଗକୁ ନେଇ ବିବାଦ ପରେ ମାଗିଥିଲେ ସିକ୍ୟୁରିଟି

 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିମା ଅଲେଖ ସାଧୁସନ୍ଥ, ଯୋରନ୍ଦା ଗାଦିର ଉନ୍ନତିକରଣ ନେଇ ଦେଲେ ଧନ୍ୟବାଦ।

 

ସଙ୍କଟରେ ଗୋ ଫାଷ୍ଟ : ୨୨ ଜୁନ୍‌ ପର୍ଯ୍ୟନ୍ତ ବିମାନ ଉଡ଼ାଣ ବାତିଲ ।

 

ପୁରୀରେ ବଙ୍ଗୀୟ ଯାତ୍ରୀଙ୍କୁ ଶୋଷଣ ଅଭିଯୋଗ, କଠୋର ହେଲା ପରିବହନ ବିଭାଗ ।

 

ଉତରଭାରତରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ: କଲବଲ କରୁଛି ମୁଣ୍ଡଫଟା ଖରା ସାଙ୍ଗକୁ ତାତି । ଉତରପ୍ରଦେଶ, ବିହାରରେ ଶତାଧିକ ମୃତ ।

 

ନେପାଳରେ ଚଳଚିତ୍ର ଆଦିପୁରୁଷକୁ ନାଁ । କାଠମାଣ୍ଡୁ ପରେ ପୋଖରାନରେ ଲାଗିଲା ଚଳଚିତ୍ର ପ୍ରଦର୍ଶନ ଉପରେ ରୋକ ।

 

ବିବାଦରେ କେନ୍ଦ୍ର ସରକାରଙ୍କ ନିଷ୍ପତି । ଗୀତା ପ୍ରେସ୍’କୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ ଘୋଷଣାକୁ କଂଗ୍ରେସର ବିରୋଧ ।

 

ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଗତ ପାଇଁ ବାଇଡେନ ପ୍ରଶାସନର ସ୍ୱତନ୍ତ୍ର ପ୍ରସ୍ତୁତି ।

 

ଆଦିପୁରୁଷ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ସରକାର, ଅନୁରାଗ ଠାକୁର କହିଲେ-ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାକୁ ଦିଆଯିବା ନାହିଁ ।

 

‘ର’ ମୁଖ୍ୟ ହେବେ ରବି ସିହ୍ନା ।ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ ଆଇପିଏସ୍‌ ଅଧିକାରୀ ହେଉଛନ୍ତି ସିହ୍ନା ।

 

କାଷ୍ଟିଂ କାଉଚ ମାମଲା : ବଢ଼ିଲା ସୌରିନ୍‌ ଭଟ୍ଟଙ୍କ ଅଡ଼ୁଆ, ସୌରିନ୍‌ଙ୍କୁ ଖୋଜିବାକୁ କଲିକତା ଯିବ ପୁଲିସ ।

 

ଆଜି ଅହମ୍ମଦାବାଦରେ ମଧ୍ୟ ପାଳନ ହେବ ରଥଯାତ୍ରା: ପ୍ରଧାନମନ୍ତ୍ରୀ ପଠାଇଲେ ପ୍ରସାଦ, ଗୃହମନ୍ତ୍ରୀ କରିବେ ମଙ୍ଗଳ ଆରତୀ ।

 

ଭାରତୀୟ ବିମାନ ସେବା କମ୍ପାନି ଇଣ୍ଡିଗୋ ଫ୍ରାନ୍ସ କମ୍ପାନି ଏୟାରବସଠାରୁ ୫୦୦ ନୂଆ ଏୟାରବସ୍ ଏ୩୨୦ ବିମାନ କିଣିବାକୁ ଘୋଷଣା କରିଛି । ଏହା କୌଣସି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଅର୍ଡର କରାଯାଇଥିବା ସର୍ବାଧିକ ବିମାନ ବୋଲି କୁହାଯାଉଛି  । ୨୦୨୦ରୁ ୨୦୩୫ ମଧ୍ୟରେ ଏହି ବିମାନଗୁଡ଼ିକର ଡେଲିଭରି କରାଯିବ ବୋଲି ଆଶା କରାଯାଉଛି ।

 

ନବଯୌବନ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।

 

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: ହିଂସା ବନ୍ଦ କର ନଚେତ୍‌ ପରିଣାମ ଭୋଗିବ ।

 

ଲୋକସେବା ଭବନରେ ୨୬୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ; କହିଲେ-୨୦୩୬ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢିବା ଲକ୍ଷ୍ୟ।

 

ସୁପ୍ରଭାତ ,ଶୁଭ ସକାଳ ।