October 2, 2026

ବିଜୁ ଜନତା ଦଳ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ୧ନଂ ଜୋନରେ ପ୍ରସ୍ତୁତି ବୈଠକ..

IMG-20261001-WA0004
Share

 

.ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ସ୍ଥିତ ଗଣେଶ ମଣ୍ଡପରେ ଆଜି ବିଜୁ ଜନତା ଦଳ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ୧ନଂ ଜୋନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପୂର୍ବତନ ସାଂସଦ ଡ଼ଃ କୁଳମଣୀ ସାମଲ,ପାରାଦ୍ଵୀପର ପୂର୍ବତନ ବିଧାୟକ ସମ୍ବିତ୍ ରାଉତରାୟ,ଯୁବନେତା ଇଂ ପ୍ରମୋଦ ଜେନା,ପାରାଦ୍ଵୀପ ପୌରାଧକ୍ଷ ବସନ୍ତ ବିଶ୍ଵାଳ ଓ କୁଜଙ୍ଗ ବ୍ଳକ ଅଧ୍ୟକ୍ଷା ନିନା ରାଣୀ ସାହୁ , ରଘୁନାଥ ସାହୁ ପ୍ରମୂଖ ଯୋଗ ଦେଇଥିବା ବେଳେ ଏହି ବୈଠକ ବହୁ ସଂଖ୍ୟାର ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ କିପରି ବିଜୁ ଜନତା ଦଳ ବିଜୟ ଲାଭ କରିବ ସେ ନେଇ ଆଜି ବୈଠକର ମୁଖ୍ୟ କାରଣ ଥିଲା ବୋଲି ନେତୃବୃନ୍ଦ ମାନେ ପ୍ରକାଶ କରିଛନ୍ତି।

( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed