October 1, 2026

ସଡକ ଦୁର୍ଘଟଣାରେ ଅଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକଙ୍କ ମୃତ୍ୟୁ 

IMG-20260930-WA0057
Share

 

କୋଷାଗୁମୁଡ଼ା, ୩୦୲୯(ଦୟାରାମ ପନକା ) କୋଷାଗୁମୁଡ଼ା ବ୍ଳକ ର କୋଡିଙ୍ଗା ଠାରେ ଅଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଭାବେ କାର୍ଯ୍ୟରତ ବାବୁଲାଲ ବାରିକ (୫୦) ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।ମଙ୍ଗଳବାର କୋଷାଗୁମୁଡ଼ା ଠାରେ ନିପୁଣ ଓଡିଶା ସେଲ ର ଏକ ବ୍ଲକ ସ୍ତରରେ ମିଟିଂ ଥିଲା ଏବଂ ସେ ଏହି ମିଟିଂ ରେ ଯୋଗଦାନ କରିବା ନିମନ୍ତେ କୋଡିଙ୍ଗା ଠାରୁ କୋଷାଗୁମୁଡ଼ା ଆସୁଥିବା ସମୟରେ ଡଙ୍ଗରିଗୁଡ଼ା ଠାକୁରାଣୀ ମନ୍ଦିର ନିକଟରେ ଦୁଇ ବାଇକ୍ ଧକ୍କା ହୋଇଥିଲା ଫଳରେ ସେ ସେଠାରେ ଅଚେତ୍ ହୋଇ ପଡିଥିଲେ l ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା, ପରିସ୍ଥିତିରେ ସୁଧାର ନ ଆସିବାରୁ ତାଙ୍କୁ ଜଗଦଲପୁର ନିଆ ଯାଇଥିଲା କିନ୍ତୁ ସେଠାରେ ବି କୌଣଷି ପ୍ରକାର ଫରକ୍ ନ ପଡ଼ିବାରୁ ତାଙ୍କୁ ଭୁବନେଶ୍ବର କୁ ନେଇ ଯିବା ସମୟରେ ସୋନପୁର ଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇଥିବାରୁ ତାଙ୍କୁ ପୁଣି ସୋନପୁର ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା କିନ୍ତୁ ସେ ସେଠାରେ ମୃତ ବୋଲି ଜଣାପଡ଼ିଥିଲା l ବୁଧବାର ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକେ ଙ୍କୁ ପ୍ରଦାନ କରାଯାଇଛି l