October 1, 2026

ବିଜ୍ଞାନ ମହାବିଦ୍ୟାଳୟ, କଙ୍କୋରଡ଼ାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ NSS ଇନୋଭେସନ୍ ୟୁନିଟ୍ ପୁରସ୍କାର

IMG-20260930-WA0056
Share

 

 

ସାନଖେମୁଣ୍ଡି :୨୯/୦୯/୨୦୨୬ (ବିଜୟ କୁମାର ପ୍ରଧାନ )ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୫-୨୬ ବର୍ଷ ପାଇଁ ପ୍ରଦାନ କରାଯାଉଥିବା ‘ଶ୍ରେଷ୍ଠ ଜାତୀୟ ସେବା ଯୋଜନା (NSS) ଇନୋଭେସନ୍ ୟୁନିଟ୍’ ପୁରସ୍କାର ବିଜ୍ଞାନ ମହାବିଦ୍ୟାଳୟ, କଙ୍କୋରଡ଼ା, ଗଞ୍ଜାମର NSS ଏକକୁ ପ୍ରଦାନ କରାଯାଇଛି।ଏହି ଏକକ ପକ୍ଷରୁ ଗତ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଲିଙ୍ଗ ସମ୍ବେଦନଶୀଳତା, ନାରୀ ସଶକ୍ତୀକରଣ ଓ କନ୍ୟା ସୁରକ୍ଷା ଭଳି ପ୍ରସଙ୍ଗରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ମିଳିଛି।ଏହି ସଫଳତା ପାଇଁ NSS କାର୍ଯ୍ୟକ୍ରମ ଅଧିକାରୀ ଡ଼. ଅଶୋକ ନାୟକଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ପାଢ଼ୀ ସମସ୍ତ NSS ସ୍ୱେଚ୍ଛାସେବୀ, ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ସଫଳତା ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି।