ଆଇନ ସଚେତନତା ଶିବିର ଅନୁଷ୍ଠିତ
କୋଷାଗୁମୁଡ଼ା,(ଦୟାରାମ ପନକା )୩୦୲୯l26,ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପଞ୍ଚାୟତ ସମିତି ସଭା ଗୃହ ପରିସରରେ ବୁଧବାର ଜିଲ୍ଲା ଆଇନ୍ ପ୍ରାଧିକରଣ ଅଧ୍ୟକ୍ଷା ନବରଙ୍ଗପୁର ଶ୍ରୀମତୀ ସାଇ ଅଭୀସ୍ପା ଗନ୍ତାୟତ ଙ୍କ ନେତୃତ୍ଵରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଜିଲା ଶ୍ରମ ବିଭାଗ ଅଧିକାରୀ ସଂଗ୍ରାମ ଭୁମିୟା, କୋଷାଗୁମୁଡ଼ା ଥାନା ଅଧିକାରୀ ଶ୍ରୀମତୀ ବଲାଙ୍ଗିର, ଏସ ଆଇ ପର୍ଶୁରାମ ଛତ୍ରୀୟା ,ରିମାଣ୍ଡ ଓକିଲ ତୁଳସୀରାମ ସମରଥ , ଯେ. ଏମ୍. ଏଫ୍.ସି. କୋଡିଙ୍ଗା ଆଦି ଉପସ୍ଥିତ ଥିଲେ l ପ୍ରକାଶି ଶ୍ରମିକ ମାନଙ୍କୁ ସେମାଙ୍କ ଅଧିକାର ବିଷୟରେ ସଚେତନ ଓ ସରକାର ଙ୍କ ନ୍ୟାୟ ବ୍ୟବସ୍ଥା ସମସ୍ତ ଙ୍କ ପାଇଁ ସମାନ ବୋଲି କୁହା ଯାଇଥିଲା, ବିନା ଟଙ୍କା ଖର୍ଚ୍ଚ କରି କିପରି ନ୍ୟାୟ ମିଳେ ସେ ବିଷୟରେ ବୁଝାଇଥିଲେ l ସମସ୍ତ ଶ୍ରମିକ ମାନଙ୍କ ଶ୍ରମିକ କାର୍ଡ କରିବା ପାଇଁ କହିଥିଲେ ଏବଂ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ l
