‘ ପ୍ରତିଶୃତି ” ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପୁରୀର ଅନ୍ୟତମ ଅଗ୍ରଣୀ ସାମାଜିକ ତଥା ସ୍ବେଚ୍ଛାସେବୀ ସଂଗଠନ ପ୍ରତିଶ୍ରୁତି ର ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ପଦ୍ମଚରଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ କୁ ଶିକ୍ଷାବିତ୍ ରାଜକିଶୋର ସାହୁ ସଂଯୋଜନା କରିଥିଲେ। ଉତ୍ସବ ର ସଭାପର୍ବରେ ପୁରୀର ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପୁରୀର ପ୍ରାକ୍ତନ ନଗରପାଳ ଗୌରହରି ପ୍ରଧାନ, ବର୍ଷୀଆନ୍ ସାମାଜିକ କର୍ମୀ ମଙ୍ଗରାଜ ପଣ୍ଡା, ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ବଳଭଦ୍ର ପୂଜାପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ଦୃଷ୍ଟି ର ମୁଖ୍ୟ ସଂପାଦକ ନାରାୟଣ ଦାଶ, ପ୍ରବୀଣା ମହିଳା ନେତ୍ରୀ ଜ୍ୟୋତି ମହାପାତ୍ର, ସଂଗଠନର ଆଇନ ପରାମର୍ଶଦାତ୍ରୀ ସୁଦଶା ପଣ୍ଡା ଏବଂ ସାମାଜିକ କର୍ମୀ ଲୀନାରାଣୀ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସଭାପତି ଶ୍ରୀ ମହାପାତ୍ର ପ୍ରାରମ୍ଭିକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦିକା ପ୍ରିୟଙ୍କା ମହାପାତ୍ର ୨୦୨୧ ଠାରୁଆରମ୍ଭ ହୋଇଥିବା ପ୍ରତିଶୃତି ପକ୍ଷରୁ ଗ୍ରହଣ କରାଯାଇଥିବା ରକ୍ତଦାନ, ବୃକ୍ଷରୋପଣ, ଖାଦ୍ୟ ବଣ୍ଟନ , ପୂଜ୍ୟପୂଜା, ଜରାଶ୍ରମ ରେ ସେବା ଓ ସଚେତନତା କାର୍ଯ୍ୟକ୍ରମ ସମେତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ନିଜନିଜର ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ଙ୍କ ସମେତ ସମ୍ମାନିତ ଅତିଥିଗଣ ନିଜନିଜର ବକ୍ତବ୍ୟ ରେ ଆମର ସ୍ଥିତି ଓ ଉପସ୍ଥିତି ପାଇଁ ନିଃସର୍ତ୍ତରେ ଓ ନିଃସ୍ବାର୍ଥପର ଭାବେ ଅବଦାନ ଦେଇଥିବା ପିତାମାତା ଓ ପ୍ରକୃତି ସମେତ ସମସ୍ତ ଙ୍କର ଆମ ଉପରେ ଥିବା ଋଣ କୁ ଯଥାସାଧ୍ୟ ପରିଶୋଧ କରିବା ଦିଗରେ ଉଦ୍ୟମ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେବାସହ ପ୍ରତିଶୃତି ର ସେବାପ୍ରବଣତାର ଉଚ୍ଚ ପ୍ରଶଂସା କରିଥିଲେ। ଉତ୍ସବର ସମ୍ବର୍ଦ୍ଧନାପର୍ବରେ ବର୍ଷୀଆନ୍ କୃତବିଦ୍ୟ ଶିକ୍ଷକ ଗୋବିନ୍ଦଚନ୍ଦ୍ର ପଣ୍ଡା, ବର୍ଷୀଆନ୍ ସାମାଜିକ କର୍ମୀ ମଙ୍ଗରାଜ ପଣ୍ଡା, ରାଜ୍ୟର ବରିଷ୍ଠ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସବ୍ୟସାଚୀ ପଟ୍ଟନାୟକ, ପୁରୀର ଦୁଇ ବିଶିଷ୍ଟ ଶିଳ୍ପପତି ତଥା ରୋଟାରିଆନ୍ ରବିନାରାୟଣ ମିଶ୍ର ଓ ଇଞ୍ଜିନିୟର ବିଭୁପ୍ରସାଦ ସାହୁ, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ବଳଭଦ୍ର ପୂଜାପଣ୍ଡା ଏବଂ ନିଷ୍ଠାପର ପରିମଳ କର୍ମଚାରୀ ରବିନାରାୟଣ ଗୋଛାୟତ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୁର୍ବକ ସମ୍ମାନିତ କରାଯାଇଥିବା ବେଳେ ସହରର ଅନ୍ୟ ପ୍ରମୁଖ ସାମାଜିକ ଓ ସ୍ବେଚ୍ଛାସେବୀ ସଂଗଠନ ସାଙ୍ଗଶ୍ରୀ ଫାଉଣ୍ଡେସନ, ସାହିଭାଇ, ଶାନ୍ତି, ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟ, ହୋପ୍ ଇଜ୍ ଲାଇଫ୍, ସେଭେନ୍ ସ୍ପୋକ୍ସ ଭର୍ଦ୍ୟୋର୍ ଆସୋସିଏସନ ଓଡିଶା, ହାପିନେସ୍ ଫାଉଣ୍ଡେସନ, ଉର୍ଜାବାନ୍ ଓଡିଶା, ସକ୍ଷମ ଓଡିଶା, ସଖା ସହାୟ, ପୁରୀଜିଲ୍ଲା ସ୍ବେଚ୍ଛାସେବୀ ସଂଘ, ଶ୍ରୀନୃସିଂହଦେବ ଆଞ୍ଚଳିକ ଯୁବ ପରିଷଦ, ଜ୍ୟୋତିପ୍ରଭା ଟ୍ରଷ୍ଟ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ସଭାପର୍ବ ଶେଷରେ ଆଇନ ପରାମର୍ଶଦାତ୍ରୀ ଶ୍ରୀମତୀ ପଣ୍ଡା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପର୍ବ ପରେପରେ ସୌମ୍ୟାଶୁଭଦର୍ଶିନୀ ତ୍ରିପାଠୀ, ସାଇ ଅମୃତା, ପ୍ରୀତିଅପର୍ଣ୍ଣା ତ୍ରିପାଠୀ, ଶର୍ମିଷ୍ଠା କୁଣ୍ଡୁ ଓ ମାନିନୀ ମହାନ୍ତି ପ୍ରମୁଖ ନୃତ୍ୟଶିଳ୍ପୀ ଗଣ ପାରଂପରିକ ଓଡିଶୀ ନୃତ୍ୟ ଓ ଭଜନ ନୃତ୍ୟରେ ସମସ୍ତ ଙ୍କୁ ବିମୋହିତ କରିଥିଲେ। ଶେଷରେ ଯୋଗଗୁରୁ ସସ୍ମିତା ଦାଶ ଙ୍କ ନିର୍ଦ୍ଦେଶନାରେ ନାରୀସେବାସଦନ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ର ଛାତ୍ରୀ ମାନଙ୍କ ପକ୍ଷରୁ ପରିବେଷିତ ନାଟକ ‘ବୁଢା ବାପା’ ପରିବାରର ବୟସ୍କ ଗୁରୁଜନ ଙ୍କ ଯତ୍ନ ନେବାପାଇଁ ସାଂପ୍ରତିକ ସମାଜ କୁ ଏକ ବାର୍ତ୍ତା ପ୍ରଦାନ କରିଥିଲା। ଅନୁଷ୍ଠାନ ର ଉପସଭାନେତ୍ରୀ କମଳିନୀ ମହାପାତ୍ର ଓ କୋଷାଧ୍ୟକ୍ଷା ସ୍ବର୍ଣ୍ଣଲତା ପରମଗୁରୁ ଙ୍କ ସମେତ ସୁଜାତା ତ୍ରିପାଠୀ, ମନୋରଞ୍ଜନ ଜେନା, ସଂଘମିତ୍ରା ଦାଶ, ସଂଗ୍ରାମକେଶରୀ ଦାଶ, ସୁଚିତ୍ରା ବେହେରା, ସନ୍ତୋଷକୁମାର ନନ୍ଦ, ଶର୍ମିଷ୍ଠା କୁଣ୍ଡୁ, ପୂର୍ଣ୍ଣକାମନା ଓତା, ରେଣୁବାଳା ପଟ୍ଟନାୟକ, ମଧୁସ୍ମିତା ଆଚାର୍ଯ୍ୟ, ରାଜକିଶୋର ପଣ୍ଡା, ସସ୍ମିତା ଦାଶ, ସୁଜାତା ସାହୁ ଓ ବିନୋଦିନୀ ଦାଶ ପ୍ରମୁଖ ସଦସ୍ୟସଦସ୍ୟା ଗଣ ଉତ୍ସବ ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
