November 24, 2024

କେରମେଟି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଜନ ପ୍ରତିନିଧି ଓ ଜନସାଧାରଣଙ୍କ ଧାରଣା l

Share

କେରମେଟି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଜନ ପ୍ରତିନିଧି ଓ ଜନସାଧାରଣଙ୍କ ଧାରଣା l
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା ୧୯/୬ କୁନ୍ଦୁରା ବ୍ଲକ ସ୍ଥିତ କେରମେଟି ପଞ୍ଚାୟତର ସର୍ବସାଧାରଣ ଓ ପଞ୍ଚାୟତ ପ୍ରତିନିଧିଙ୍କ ତରଫରୁ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବି ଡି ଓ ବିଚିତ୍ରା ନନ୍ଦ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ପଞ୍ଚାୟତର ୧୯ ଖଣ୍ଡ ଗାଁରୁ ପ୍ରତ୍ୟେକ ୱାର୍ଡ ଓ ଗାଁରୁ ସାହେବ ବିଶୋଇ, ବିଶ୍ଵନାଥ ସାନ୍ତା, ଇଶ୍ଵର ଗଉଡ, ତ୍ରିନାଥ ସାନ୍ତା, କୈଳାଶ ହରିଜନ, ଲକିରାମ ଦୁରୁଆ, ଆନନ୍ଦ ଗଉଡ, ମନ ସାନ୍ତା, ଇସ୍କମ ସାନ୍ତା, ସାଲୁ ସାନ୍ତା, ନରସିଂହ ସାନ୍ତା, ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ବ୍ଲକ କାର୍ଯ୍ଯାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ l ଦେଇଥିବା ଦାବିପତ୍ର ଅନୁଶାରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ କେନ୍ଦୁଗୁଡା ଓ କେରମେଟି ଦୁଇ ଗାଁ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ନିର୍ମାଣ ହୋଇ ପାରୁନାହଁ କାର୍ଯ୍ୟାଳୟ l ଏ ନେଇ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି l ନ୍ୟାୟାଳୟ ର ନିର୍ଦ୍ଦେଶ ଅନୁସାରେ ଏହି ଦୁଇ ଗାଁରେ ନ କରି ଦୁଇ ଗାଁ ମଝିରେ ବାଲିବେଢା ଛକରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ କରିବା ନିମନ୍ତେ ପ୍ରଶାସନ ନିକଟରେ ଦାବି କରିଥିବା ଉଲେଖ ରହିଛି l ଧାରଣା ସ୍ଥଳରେ ବି ଡି ଓ ଆସି ଦାବିପତ୍ର ଗ୍ରହଣ କରିଥିଲେ l ପ୍ରକାଶ ଥାଉ କି କେରମେଟି ପଞ୍ଚାୟତ ଗଠନ ହୋଇ ୨୦ ବର୍ଷରୁ ଅଧିକ ହେଲେ ସୁଦ୍ଧା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ଦୁଇ ଗାଁ ମଧ୍ୟରେ ଲାଗିରହିଥିବା ବିବାଦ ଓ ନ୍ୟାୟାଳୟରେ ଚାଲିଥିବା ମାମଲା ଭିତରେ କାର୍ଯ୍ୟାଳୟ ନ ଥିବା ହେତୁ ପି ଡି ଏସ୍ ଚାଉଳ, ଭତ୍ତା ଆଦି ଦୁଇଟି ଗାଁରେ ବଣ୍ଟା ଯାଉଛି l ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ପଞ୍ଚାୟତରେ କାର୍ଯ୍ୟରତ ଅଧିକାରୀ ଓ ପ୍ରତିନିଧିଙ୍କୁ ବହୁ ସମସ୍ୟା ଦେଖାଦେବା ସହ ବିଭିନ୍ନ ସଭା ସମିତି ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ସର୍ବସାଧାରଣ l ଏ ନେଇ ବି ଡି ଓ ବିଚିତ୍ରା ନନ୍ଦ ନାୟକ ନିଜ ପ୍ରତିକ୍ରିୟାରେ ନାୟାଳୟର ନିର୍ଦ୍ଦେଶ ପ୍ରକାରେ ଗ୍ରାମସଭା କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି l ଚଳିତ ମାସ ୨୩ ତାରିଖରେ ବାଲିବେଢା ଠାରେ ଗ୍ରାମସଭା କରିବା ପାଇଁ ସରପଞ୍ଚ ପଞ୍ଚାୟତର ସର୍ବସାଧାରଣଙ୍କୁ ସୂଚନା ଦେଇଛନ୍ତି l ଏହାକୁ ବିରୋଧ କରି କିଛି ପଞ୍ଚାୟତବାସୀ ଲିଖିତ ଅଭିଯୋଗ କରିଛନ୍ତି l ଗ୍ରାମ ସଭା କରିବା ପାଇଁ ଦାବି ହେଉଛି ଅନ୍ୟ ପକ୍ଷେ ନ କରିବା ପାଇଁ ଅଭିଯୋଗ ମଧ୍ଯ ହେଉଛି l ଏ ସମସ୍ତ ଅଭିଯୋଗ ଓ ଦାବିକୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି l ଏଣୁ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ବିଭାଗ ର ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧିଙ୍କ ଓ ରାଜନୈତିକ ଦଳର ମୁଖ୍ୟ ମାନଙ୍କ ଦ୍ଵାରା ଆଲୋଚନା କରାଯାଇ ସର୍ବସାଧାରଣ ଓ ପ୍ରଶାସନର ଆପୋଷ ଆଲୋଚନାରେ ଶାନ୍ତି ଶୃଙ୍ଖଳାର ସହ ଗ୍ରାମସଭା କରାଯାଇ ନିଷ୍ପତ୍ତି ନିଆଯିବ l ଓ ତୁରନ୍ତ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l