October 1, 2026

ଭବାନୀପାଟଣା ଠାରେ ପ୍ରସିଦ୍ଧ ଛତର ଯାତ୍ରା ଓ ଦଶହରା ପର୍ବକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

IMG-20260930-WA0011
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଆସନ୍ତା ମାସର ୧୯ ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଓ ଦଶହରା ପର୍ବକୁ ନେଇ ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ,ଧର୍ମଗଡ଼ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିକାରୀ ପ୍ରଭାକର ବର୍ମା, ଦକ୍ଷୀଣ ବନଖଣ୍ଡ ଅଧିକାରୀ ଆର. କଲାଇଭନ, ଅତିରିକ୍ତ ଆରକ୍ଷୀ ଅଧିକାରୀ ତାରା ଜସ୍ମିନ ଗୁଡ଼ିଆଙ୍କ ସହ ବୈଠକରେ ସହରର ଅନେକ ବୁଦ୍ଧିଯିବି ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଦଶହରାରେ ବିଭିନ୍ନ ସ୍ଥାନରେ ପୂଜା କମିଟି ମାନଙ୍କ ଦ୍ୱାରା ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ, ପୂଜନ ଓ ବିସର୍ଜନ ଏବଂ ନବମୀ ତିଥିରେ ଅନୁଷ୍ଠିତ ହେବାକୁଥିବା ପ୍ରସିଦ୍ଧ ଛତର ଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେନେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ବିସ୍ତୃତ ଭାବରେ କାର୍ଯ୍ୟସୂଚୀ ପାଠ କରିଥିଲେ ଏବଂ ଏହି କାର୍ଯ୍ୟସୂଚୀକୁ ନେଇ ଏହି ବୈଠକରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ସହମତି ପ୍ରଦାନ କରିଥିଲେ। ଶେଷରେ ଡେପୁଟି କଲେକ୍ଟର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବୈଠକ ଶେଷ ହୋଇଥିଲା।