October 2, 2026

ଭିକ୍ଷାମାଗି ମାତ୍ରାଧିକ ମଦ୍ୟପାନ ଯୋଗୁଁ ମୃତ୍ୟୁବରଣ କଲା ଅପରିଚିତ ଭିକାରି ..

hand
Share

ତିର୍ତ୍ତୋଲ –30/9/2026 ଝଙ୍କଡ଼ ସାରଳା ଠାକୁରାଣୀ ଙ୍କ ସାରଳାହାଟ ରେ ଭିକ୍ଷାବୃତ୍ତି କରି, ଉପାର୍ଜ୍ଜନ କରୁଥିବା ଜନୈକ ଭିକାରି ପ୍ରତିଦିନ ମାତ୍ରାଧିକ ମଦ୍ୟ ପାନ କରି ଆସୁଥିବାବେଳେ ଗତ ମଙ୍ଗଳବାର ମଧ୍ୟାହ୍ନରେ ବେହୋସ ହୋଇପଡିଯାଇଥିଲେ l ସ୍ଥାନୀୟ ଲୋକମାନଙ୍କ ଠାରୁ ସୂଚନାପାଇ ଶହେଆଠ ଆମ୍ବୁଲାନ୍ସ ଯୋଗେ ତାଙ୍କୁ, ମଣିଜଙ୍ଗା ସରକାରୀ ଡାକ୍ତରଖାନା କୁ ନିଆଯାଇଥିଲା l ମାତ୍ର ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ l ତେବେ ମୃତଭିକାରି ର ଏପର୍ଯ୍ୟନ୍ତ କୌଣସି ପରିଚୟ ମିଳିନଥିବାବେଳେ, ସେ କଟକଜିଲ୍ଲା ନିଶ୍ଚନ୍ତକୋଇଲି ଅଞ୍ଚଳ ର ଲୋକବୋଲି, ସ୍ଥାନୀୟ ହାଟର ଦୋକାନୀ ମାନଙ୍କୁ କହିଆସୁଥିଲା l ତେବେ ଏ ସମ୍ପର୍କରେ ତିର୍ତ୍ତୋଲପୋଲିସ ଏକ ଅପମୃତ୍ୟୁ ମାମଲା ୠଜୁ କରି ତଦନ୍ତ ଜାରିରଖିଛି ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed