ବାବେବିରା ଉଚ୍ଚ ବିଦ୍ୟାଳୟରେ ବିଶ୍ବ ହୃଦୟ ଦିବସ ପାଳିତ
ବରଗଡ,
ବରଗଡ ଜିଲା ଅତାବିରା ବ୍ଲକ ଅଧିନ ବାବେବିରା ଉଚ୍ଚ ବିଦ୍ୟାଳୟରେ (ଜେ.ଆର.ସି.)ତରଫରୁ ବିଶ୍ବ ହୃଦୟ ଦିବସ ର ଆଶୁ ଚିକିତ୍ସା ସମ୍ପନ୍ଧୀୟ କୌଶଳ ତାଲିମ ଦିଆଯାଇଥିଲା। ଅତାବିରା ଗୋଷ୍ଠୀ ଚିକିତ୍ସାଳୟ ର ମୁଖ୍ୟ ଡାକ୍ତର ରବିନାରାୟଣ ମିଶ୍ର ଯୋଗ ତାଲିମ ଦେଇ ଥିଲେ । ଶ୍ରୀମତୀ ବନ୍ଦିତା ସାହୁ ସି.ଏଚ.ଓ,କୁଲୁଣ୍ଡା ମଧ୍ୟ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଅମୃତ କୁମାର ବାରିକ ଙ୍କ ତତ୍ବାବଧାନ ରେ ହୋଇଥିବା ବେଳେ ଶିକ୍ଷକ ସୁଦିପ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଆଜିର ଦ୍ରୁତ ଗତିଶୀଳ ଜୀବନଯାତ୍ରା ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଆମର ଜୀବନଶୈଳୀରେ ବହୁତ ପରିବର୍ତ୍ତନ ଆସିଛି |ଏହି ପରବର୍ତ୍ତନ ସବୁଠାରୁ ବଡ ପ୍ରଭାବ ପକାଉଛି ଆମର ସବୁଠାରୁ ସମ୍ବେଦନଶୀଳ ଅଂଗ ଅର୍ଥାତ ହୃତପିଣ୍ଡ ଉପରେ ହୃଦଘାତ ଓ ହୃଦରୋଗ ସମସ୍ୟା ଦିନକୁଦିନ ବୃଦ୍ଦି ପାଉଥିବାରୁ ଏହା ବିରୁଦ୍ଦରେ ସଚେତନତା ସୃଷ୍ଟି କରିବା ପାଇଁ ସେପ୍ଟେମ୍ବର ୨୯କୁ ବିଶ୍ବ ହୃଦୟ ଦିବସ ରୂପେ ପାଳନ କରାଯାଉଛି ବୋଲି ଡାକ୍ତର ରବିନାରାୟଣ ମିଶ୍ର ମତପ୍ରକାଶ କରିଥିଲେ |
