September 29, 2026

ବିବେକାନନ୍ଦ ହୋତା ହେଲେ ଜିଲ୍ଲା ବିଜେପି କୃଷକମୋର୍ଚ୍ଚା ର ସହ ପ୍ରଭାରୀ …

IMG-20260929-WA0074
Share

ତିର୍ତ୍ତୋଲ  ଭାରତୀୟ ଜନତା ଦଳର କୃଷକ ମୋର୍ଚ୍ଚା କୁ ଅଧିକସୁଦୃଢ ଓ କ୍ରିୟାଶୀଳ କରିବାପାଇଁ, କେତେକ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି l ଏହି ପରିପ୍ରେକ୍ଷୀରେ, ବିବେକାନନ୍ଦ ହୋତା ଙ୍କୁ ଜଗତସିଂହପୁରଜିଲ୍ଲା ବିଜେପି କୃଷକମୋର୍ଚ୍ଚା ର ସହପ୍ରଭାରୀ, ( କୋ ଇନଚାର୍ଜ ) ଭାବେ ନିଯୁକ୍ତି ଦିଆଯାଇଛି l ସେ, ଜିଲ୍ଲାର କୃଷକ ଓ କୃଷି ସମସ୍ୟା ସହିତ ନିରନ୍ତର ଜଡିତ ହୋଇଆସିଥିବା ବେଳେ, ଦଳୀୟ ସାଙ୍ଗଠନିକ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେଇଆସୁଥିଲେ l ଏହି ନିଯୁକ୍ତି ପାଇଁ ଶ୍ରୀ ହୋତା, ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର, ସାଂସଦ ବିଭୂପ୍ରସାଦ ତରାଇ, ରାଜ୍ୟ ଓ ଜିଲ୍ଲାର ସମସ୍ତ ନେତୃବୃନ୍ଦ, କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଅପରପକ୍ଷରେ ତାଙ୍କୁ ଏହି ଗୁରୁଦାୟିତ୍ୱ ମିଳିବାପରେ ବ୍ୟାସଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, କର୍ମକର୍ତ୍ତା, ସଂଗ୍ରାମ ମନ୍ତ୍ରୀ, ଶରତ କୁମାର ଦାଶ, ଦେବେନ୍ଦ୍ରନାଥ ମଲ୍ଲିକ, ଯଶୋବନ୍ତ ରାଉତ, ରାହାମା ଇଣ୍ଟେଲେକଚୁଆଲ ଫୋରମ, ଅନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ରାହାମା, ଝଙ୍କଡ଼ ମହୋତ୍ସବ କମିଟି ର କାର୍ଯ୍ୟକାରୀ ସଭାପତି ରମାକାନ୍ତ ରାଉଳ ଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଓ ସ୍ଥାନୀୟ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର